କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି:ସାମି 

ମୁମ୍ବାଇ: ପତ୍ନୀ ହସିନା ଜାହାଁ ତାଙ୍କ ବିରୋଧରେ ଘରୋଇ ହିଂସା ଓ ଅନୈତିକ ସଂପର୍କର ଅଭିଯୋଗ ଆଣିବାର ଦିନକ ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଥରେ ନିଜକୁ ନିର୍ଦୋଶ ବୋଲି ଦାବି କରିଛନ୍ତି। ବୁଧବାର ଟ୍ଵିଟରରେ ଏଥିନେଇ ସ୍ପଷ୍ଟୀକରଣ ଦେଇଥିବା ସାମି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ପ୍ରମାଣିତ ହେଲେ ପ୍ରଶଂସକ ତଥା ହସିନାଙ୍କୁ କ୍ଷମା ମାଗିବାକୁ ରାଜି ଅଛନ୍ତି ବୋଲି ଗୁରୁବାର କହିଛନ୍ତି। ବୁଧବାର ହସିନା ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ପରେ ବିସିସିଆଇ ସାମିଙ୍କୁ ତା’ର ବାର୍ଷିକ ଚୁକ୍ତିରୁ ବାଦ୍‌ ଦେଇଥିଲା। ହସିନା ମଧ୍ୟ କୋଲକାତା ପୁଲିସରେ ତାଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ ଏତଲା ଦେଇଥିଲେ। ଫଳରେ ଗୋଟିଏ ଦିନରେ ସାମିଙ୍କୁ ଦୁଇଟି ଝଟ୍‌କା ଲାଗିଥିଲା। ଆଜି ସେ ପୁଣି ଥରେ ପତ୍ନୀ ହସିନାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ମୁଁ ମୋ ପତ୍ନୀଙ୍କୁ ସଂପର୍କ କରିବାକୁ ଚେଷ୍ଟା କରିଥିଲି। ହେଲେ ସେ ମୋ ଫୋନ୍‌ର ଉତ୍ତର ଦେଇ ନଥିଲେ। ମୋ ବିରୋଧରେ ଆସିଥିବା ଅଭିଯୋଗର ପ୍ରମାଣ ମିଳିଲେ ମୁଁ ତାଙ୍କୁ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି। କୌଣସି ଆଧାର ନ ଥାଇ ମୋ ବିରୋଧରେ ଏସବୁ ଅଭିଯୋଗ ହୋଇଛି। ଏହା ମୋ ଜ୍ଞାତ ସାରରେ ନଥିଲା। ସେଥିପାଇଁ ବର୍ତମାନ ମୁଁ ଏହି ବିଷୟରେ ଅଧିକ କିଛି କହି ପାରିବି ନାହିଁ। ଆମେ ଏକାଠି ରହୁଥିଲୁ। ଏପରିକି ଏକାଠି ହୋଲି ମଧ୍ୟ ଖେଳିଥିଲୁ। ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଆମେ ଦୁଇ ଜଣ ବଜାର ଯାଇ କିଣା କିଣି ବି କରିଥିଲୁ। ଏସବୁ ମୋ ଖେଳ ଜୀବନକୁ ନଷ୍ଟ କରିବା ଲାଗି ବାହାରର ବ୍ୟକ୍ତିଙ୍କର ସୁଚିନ୍ତିତ ଷଡ଼ଯନ୍ତ୍ର।

ସମ୍ବନ୍ଧିତ ଖବର