ନୂଆଦିଲ୍ଲୀ: ପତ୍ନୀ ହସିନ୍ ଜାହାଁଙ୍କ ନିର୍ଯାତନା ଏବଂ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଜର୍ଜରିତ ଅନ୍ତର୍ଜାତୀୟ କ୍ରିକେଟର୍ ମହମ୍ମଦ ସାମି କହିଛନ୍ତି, ମୁଁ ନିରୀହ ଏବଂ ମୋ ପାଖରେ ଏହାର ପ୍ରମାଣ ଅଛି। ଏବେ ଅଦାଲତ ବାହାରେ ସମାଧାନ କରିବା ଅପେକ୍ଷା ମୁଁ ଆଇନଗତ ବାଟ ଦେଇ ଯିବାକୁ ପସନ୍ଦ କରିବି। ପତ୍ନୀଙ୍କ ଆଗରେ ଆଉ ମୁଣ୍ଡ ନୋଇଁବାର ପ୍ରଶ୍ନ ଉଠୁନାହିଁ। ଅନ୍ୟ ଝିଅ ସହ ସମ୍ପର୍କ, ନିର୍ଯାତନା, ହତ୍ୟା ଧମକ, ମ୍ୟାଚ୍ ଫିକ୍ସିଂ ଭଳି ଏକାଧିକ ଅଭିଯୋଗ ଆଣି ସାରିବା ପରେ ଜାହାଁ ମଧ୍ୟ ଚୁପ୍ ହୋଇ ବସି ନାହାନ୍ତି। ପ୍ରସଙ୍ଗକୁ ଅଧିକ କଦର୍ଥ କରି ହସିନ୍ ଆଉ ଏକ ଅଭିଯୋଗ ଆଣିଛନ୍ତି। ସାମି ତାଙ୍କ ଭାଇ ଓ ବାପାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମୋତେ ବାଧ୍ୟ କରୁଥିଲେ ବୋଲି ହସିନ୍ ନୂଆ ଅଭିଯୋଗ କରିଛନ୍ତି। ଇଂଲଣ୍ଡ ବ୍ୟବସାୟୀ ମହମ୍ମଦ ଭାଇ ସୂତ୍ରରୁ ପାକିସ୍ତାନୀ ଝିଅ ଆଲିସା ମାଧ୍ୟମରେ ସାମି ଅର୍ଥ ନେଇଛନ୍ତି। ଯାହାର ପ୍ରମାଣ ହସିନ୍ ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା କ୍ରିକେଟ୍ ପ୍ରଶାସନିକ ସମିତି (ସିଓଏ)କୁ ପ୍ରଦାନ କରିଛି। ସବୁଠାରୁ ବଡ଼ କଥା ହେଉଛି ମହମ୍ମଦ ସାମିଙ୍କ ଆଇପିଏଲ୍ ଅଂଶଗ୍ରହଣ ଏବେ ଆଶଙ୍କା ଭିତରକୁ ଚାଲିଯାଇଛି। ଦିଲ୍ଲୀ ଡେୟାର ଡେଭିଲ୍ସ ତାଙ୍କୁ ୩ କୋଟିରେ କିଣିଥିଲେ ମଧ୍ୟ ଖେଳାଇବା ସପକ୍ଷରେ ନାହିଁ। ବିସିସିଆଇ ତାଙ୍କୁ ଚୁକ୍ତି ତାଲିକାରୁ ଏଡ଼ାଇଦେବା ଫଳରେ ଡେଭିଲ୍ସ ଦଳ ମଧ୍ୟ ଏହି ରାସ୍ତାରେ ଯିବାର ସଙ୍କେତ ମିଳିଛି। ତେବେ ତ୍ରିପାକ୍ଷିକ ଚୁକ୍ତି ରହିଥିବାରୁ ଏଥି ପାଇଁ ଅପେକ୍ଷା କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ଦୁଇ ଦିିନ ତଳେ ଅନୁଷ୍ଠିତ ଅଧିନାୟକ ଓ ପ୍ରଶିକ୍ଷକଙ୍କ ସମ୍ମିଳନୀରେ ଖେଳାଳିରୁ ପ୍ରଶାସକ ବନିଥିବା ଜଣେ ବ୍ୟକ୍ତି ସାମିଙ୍କ ଚୁକ୍ତିକୁ ରୋକାଯାଇଥିବାରୁ ଯୁକ୍ତିତର୍କ କରିଥିଲେ। ଏପିରକି ସିଓଏ ମଧ୍ୟ ସାମିଙ୍କ ଚୁକ୍ତିକୁ ସ୍ଥଗିତ ରଖିବା ସପକ୍ଷରେ ନ ଥିବା ବିଶ୍ୱାସ କରାଯାଉଛି। କିନ୍ତୁ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ (ଏସିୟୁ) ମ୍ୟାଚ୍ ଫିକ୍ସିଂ ଅଭିଯୋଗର ତଦନ୍ତ ରିପୋର୍ଟ ନ ଦେବା ପର୍ଯ୍ୟନ୍ତ ସାମିଙ୍କ ଆଇପିଏଲ୍ ଅଂଶଗ୍ରହଣ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ଜଣାପଡ଼ିଛି।
ସାମି-ହସିନ୍ ବିବାଦ ତେଜୁଛି
ମୋ ନିରୀହତାର ପ୍ରମାଣ ଅଛି: ସାମି
/sambad/media/post_attachments/wp-content/uploads/2018/03/sami.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)