ଇନଷ୍ଟାରେ ସାମିଙ୍କ ସହ ନିଜର ଫୁଙ୍ଗୁଳା ଫଟୋ ପୋଷ୍ଟ କରି ଏକଥା ଲେଖିଲେ ହସିନ ଜାହାଁ…

କୋଲକାତା: ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାଁ ପୁଣି ଥରେ ବିବାଦ ଘେରରେ ଅଛନ୍ତି। କିଛି ବର୍ଷ ପୂର୍ବେ ସାମିଙ୍କ ସହ ଉଠାଇଥିବା ଏକ ଖୋଲା ଦେହ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ି ହସିନ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଇନଷ୍ଟାଗ୍ରାମ୍‌ରେ ଏହି ଉଲଗ୍ନ ଫଟୋ ପ୍ରକାଶ କରି ସାମିଙ୍କୁ ସେ କଟାକ୍ଷ କରିଛନ୍ତି। ଫଟୋ ତଳେ ହସିନ ଲେଖିଛନ୍ତି ଯେ କାଲି ତୁ କିଛି ନଥିଲୁ, ସେଥିପାଇଁ ମୁଁ ପବିତ୍ର ଥିଲି। ଆଜି ତୁ ସଫଳତା ପାଇଗଲୁ ବୋଲି ମୁଁ ଖରାପ ହୋଇଗଲି। ବୁର୍ଖା ପିନ୍ଧି ସତକୁ ଲୁଚାଇ ହେବନି। କୁମ୍ଭୀର କାନ୍ଦଣା ମାତ୍ର କିଛି ଦିନ ପାଇଁ ସହାୟକ ହୋଇପାରେ। ଫଟୋଟି ପଦାକୁ ଆସିବା ପରେ କିନ୍ତୁ ସାମି ପ୍ରେମୀ ହସିନଙ୍କୁ ଟ୍ରୋଲ୍ କରି ନୟାନ୍ତ କରି ଦେଇଛନ୍ତି।

କିଛି ଦିନ ପୂର୍ବେ ହସିନ ଟିକ୍ ଟକ୍‌ରେ ନିଜର କିଛି ଭିଡିଓ ଛାଡ଼ି ସମାଲୋଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ସାମିଙ୍କୁ ବିବାହ କରିବା ପୂର୍ବରୁ ହସିନ ଜଣେ ଚିୟର ଲିଡର ଓ ମଡେଲ ଥିଲେ। କିଛି ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ଘର ସଂସାର ଭଲରେ ଚାଲିଥିଲା। ହେଲେ ପରବର୍ତ୍ତୀ ସମୟରେ ହସିନ ପତି ସାମିଙ୍କ ବିରୋଧରେ ଘରୋଇ ହିଂସା ଓ ମାରପିଟ୍ ଅଭିଯୋଗ ଆଣି ପୁଲିସର ଦ୍ବାରସ୍ଥ ହୋଇଥିଲେ। ଏଥିନେଇ ଢେର ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ମାମଲାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ନଥିଲା ବେଳେ ଉଭୟ ଅଲଗା ଅଲଗା ରହୁଛନ୍ତି।

ସମ୍ବନ୍ଧିତ ଖବର