ଘରୋଇ ହିଂସା ମାମଲା ଆତ୍ମସମର୍ପଣ କରିବେ ସାମି

ନୂଆଦିଲ୍ଲୀ: ପତ୍ନୀ ହସିନ ଜାହାଁ ଦାୟର କରିଥିବା ଘରୋଇ ହିଂସା ମାମଲାରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଅଦାଲତ ନିର୍ଦେଶ ମାନିବେ। ସଂପ୍ରତି ଆମେରିକାରେ ଥିବା ସାମି ୧୨ ତାରିଖରେ ଭାରତ ଫେରି ୧୫ ତାରିଖ ଭିତରେ ଆତ୍ମସମପର୍ଣ କରିବେ। ଏଥିନେଇ ସେ ନିଜ ଓକିଲ ସଲିମ ରହମାନଙ୍କ ସଂପର୍କରେ ଅଛନ୍ତି। ବିସିସିଆଇ ସହ ମଧ୍ୟ ଯୋଗାଯୋଗ ରଖିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହେବା ପରେ ସାମି ସ୍ବଦେଶ ନ ଫେରି ଆମେରିକା ଚାଲି ଯାଇଥିଲେ। ସେ ସେଠାରେ ଥିଲାବେଳେ କୋଲକାତାର ଅଲ୍ଲୀପୁର ଅଦାଲତ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ସହ ଚଳିତ ମାସ ୧୫ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଥିଲେ। ସେପଟେ ସାମି ନିଶ୍ଚିତ ଗିରଫ ହେବେ ବୋଲି ହସିନ କହିଛନ୍ତି।

ସମ୍ବନ୍ଧିତ ଖବର