ସାମିଙ୍କ ହଁ ହଁ, ହସିନ୍‌ଙ୍କ ନା ନା

କୋଲକାତା: ଭାରତୀୟ କ୍ରିକେଟ୍‌ ଦଳର ସଫଳ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହସିନ୍‌୍‌ ଜାହାଁ ପରସ୍ପର ବିପକ୍ଷରେ ଆରୋପ ପ୍ରତ୍ୟାରୋପ ଲଗାଇବା ଜାରି ରଖିଛନ୍ତି। ଗତ ଦୁଇ ଦିନ ହେବ ସାମି ଓ ତାଙ୍କ ବିରୋଧରେ ଏକାଧିକ ସଙ୍ଗୀନ ଅଭିଯୋଗ ଆଣିଥିବା ହସିନ୍‌୍‌ା ରବିବାର ଆଉ ଏକ ବାଉନ୍ସର ଛାଡ଼ିଛନ୍ତି। ପାକିସ୍ତାନୀ ଝିଅ ଅଲିସ୍‌ବା ସହ ସାମି କରିଥିବା ବାର୍ତାଳାପ ଓ ପ୍ରେମ ନିବେଦନର ପ୍ରମାଣ ହାତରେ ଲାଗି ନଥିଲେ ସାମି ତାଙ୍କୁ ଛାଡ଼ପତ୍ର ଦେଇ ବେଙ୍ଗଲରୁ ଉତ୍ତର ପ୍ରଦେଶ ଚାଲି ଯାଇଥାଆନ୍ତେ ବୋଲି ହସିନ୍‌ ଆଜି କହିଛନ୍ତି। ସେପଟେ ସାମି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି। ସେ ମଧ୍ୟ ହସିନ୍‌ ଆଣିଥିବା ସବୁ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲି ଦାବି କରିଛନ୍ତି। ହେଲେ ହସିନ୍‌ କହିଛନ୍ତି ଭୁଲ ମାନି ନେବାକୁ ମୁଁ ଅନେକବାର ସାମିଙ୍କୁ କହିଛି। ହେଲେ ସେ ଏହା କରୁ ନାହାନ୍ତି। ତାଙ୍କ ମୋବାଇଲ୍‌ ଫୋନ୍‌ ମୋ ହାତରେ ଲାଗି ନଥିଲେ ମୋତେ ଛାଡ଼ପତ୍ର ଦେଇ ସେ ଉତ୍ତର ପ୍ରଦେଶ ଚାଲି ଯାଇଥାଆନ୍ତେ। ନିଜକୁ ବଞ୍ଚାଇବା ଲାଗି ସେ ଏବେ ନାଟକ କରୁଛନ୍ତି। ବୈବାହିକ ଜୀବନ ବଞ୍ଚାଇବାକୁ ମୁଁ ଅନେକ ତ୍ୟାଗ କରିଛି। ଏବେବି ଯଦି ସାମି ଆମ ସଂପର୍କକୁ ପୁଣି ଥରେ ଯୋଡ଼ିବାକୁ ଚେଷ୍ଟା କରନ୍ତି, ତାହାଲେ ମୁଁ ସେକଥା ବିଚାର କରିପାରେ। ମୋ ତରଫରୁ ବୁଝାମଣା ହେବାର ପ୍ରଶ୍ନ ଉଠୁନାହିଁ। ସେପଟେ ସାମି କହିଛନ୍ତି ଆଲୋଚନା ମାଧ୍ୟମରେ ଯଦି ଏହି ବିବାଦର ସମାଧାନ ହୋଇଯାଏ। ତାହାଲେ ତାଠାରୁ ଭଲ ଆଉ କିଛି ହେବନି। ଆମ ପାଇଁ ଏବଂ ଆମ ଝିଅର ଭବିଷ୍ୟତ ପାଇଁ ଏହା ସବୁଠୁ ଭଲ ହେବ। ହସିନ୍‌ ଯେତେବେଳେ ଚାହିଁବେ କୋଲକାତା ଯାଇ ମୁଁ ତାଙ୍କ ସହ କଥା ହେବାକୁ ରାଜି ଅଛି। ସୂଚନାଯୋଗ୍ୟ ଯେ ବିବାଦ ସୃଷ୍ଟି ହେବା ପରେ ହସିନ୍‌ାଙ୍କ ସହ ବହୁବାର କଥା ହୋଇଥିବା ସାମି କହୁଥିଲା ବେଳେ ଏଭଳି କୌଣସି ଘଟଣା ଘଟି ନଥିବା ହସିନ୍‌ା ରୋକ୍‌ ଠୋକ୍‌ ଭାବେ କହିଛନ୍ତି।

ସାମି ହସିନ୍‌ଙ୍କ ଦ୍ୱିତୀୟ ପତି
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ସାମିଙ୍କୁ ଜୀବନ ସାଥୀ ଭାବେ ବାଛିବା ପୂର୍ବରୁ ହସିନ୍‌ ଆଉ ଜଣକୁ ବିବାହ କରି ସାରିଥିଲେ ବୋଲି ଜଣା ପଡ଼ିଛି। ହେଲେ ପ୍ରଥମ ସ୍ୱାମୀଙ୍କ ସହ ତାଙ୍କର ଆଦୌ ପଡ଼ି ନଥିଲା। ସେଥିପାଇଁ ସେ ତାଙ୍କୁ ଖୁବ୍‌ କମ୍‌ ଦିନ ମଧ୍ୟରେ ଛାଡ଼ପତ୍ର ଦେଇଥିଲେ। ସାମିଙ୍କୁ ଭେଟିବା ବେଳେ ସେ ଜଣେ ମଡେଲ ଭାବେ କାର୍ଯ୍ୟ କରୁଥିଲେ। ୨୦୧୨ ମସିହାରେ ଏକ ଆଇପିଏଲ୍‌ ପାର୍ଟିରେ ହସିନ୍‌ ଓ ସାମି ପ୍ରଥମ ଥର ପରସ୍ପରକୁ ଭେଟିଥିଲେ। ସେବେଠାରୁ ସାମି ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତିନି ବର୍ଷରୁ ଅଧିକ ସମୟ ପ୍ରେମ କରିବା ପରେ ଜୁନ୍‌ ୬ ୨୦୧୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସାମିଙ୍କ ପିତା ମଡେଲିଂକୁ ପସନ୍ଦ କରୁ ନଥଲେ। ସେଥିପାଇଁ ହସିନ୍‌ ମଡେଲିଂ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପରେ ଉଭୟ ଏକ କନ୍ୟା ସନ୍ତାନର ମାତା ପିତା ହୋଇଥିଲେ। ଯାହାର ନାଁ ଆଇରା ରଖା ଯାଇଥିଲା। ହସିନ୍‌ ବୟସରେ ସାମିଙ୍କଠାରୁ ବଡ଼ ବୋଲି ତାଙ୍କ ନିକଟ ସଂପର୍କୀୟମାନେ କୁହନ୍ତି।

ସମ୍ବନ୍ଧିତ ଖବର