ସମୀର ସ୍ୱିସ୍‌ ଓପନ୍‌ ବିଜେତା

ବାସେଲ୍‌ (ସ୍ୱିଜରଲାଣ୍ଡ୍‌): ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ସମୀର ବର୍ମା ସ୍ୱିସ୍‌ ଓପନ୍‌ ବିଶ୍ୱ ଟୁର୍‌ ସୁପର ୩୦୦ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ସେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ଜାନ୍‌ ଜୋର୍ଗେନ୍‌ସେନ୍‌ଙ୍କୁ ୨୧-୧୫ ଓ ୨୧-୧୩ ସିଧାସଳଖ ଗେମ୍‌ରେ ପରାସ୍ତ କରିଦେଇଛନ୍ତି। ସମୀରଙ୍କର ଏହା ଚଳିତ ବର୍ଷର ପ୍ରଥମ ଟ୍ରଫି। ଏହା ପୂର୍ବରୁ ଏଠାରେ ଅନ୍ୟ ଦୁଇ ଭାରତୀୟ କିଦାମ୍ବି ଶ୍ରୀକାନ୍ତ (୨୦୧୫) ଓ ଏଚ୍‌ଏସ୍‌ ପ୍ରଣୟ (୨୦୧୬) ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର