ଡିଲିଟ୍‌ ହେଲା ଫେସ୍‌ବୁକ୍‌ ପୋଷ୍ଟ, ବ୍ଲକ୍‌ ହେଲା ଆକାଉଣ୍ଟ: ଗଣମାଧ୍ୟମରେ ଦୁଃଖ ଜଣାଇଲେ ସାମିଙ୍କ ପତ୍ନୀ ହସିନା

ନୂଆଦିଲ୍ଲୀ: ବିବାଦରେ ଛନ୍ଦି ହୋଇଥିବା କ୍ରିକେଟ୍‌ ତାରକା ମହମ୍ମଦ ସାମିଙ୍କ ପତ୍ନୀ ହସିନା ଜାହାଁଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌କୁ ଫେସ୍‌ବୁକ୍‌ ଡିଲିଟ୍‌ ହୋଇଯାଇଛି। ବିନା କୌଣସି କାରଣରେ କାହିଁକି ଫେସ୍‌ବୁକ୍‌ ତାଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରିଛି ବୋଲି ଗଣମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି ହିସିନା। ସେ କହିଛନ୍ତି କି ଅନ୍ୟ କେହି ତାଙ୍କୁ ସହାୟତାର ହାତ ନ ବଢ଼ାଇବାରୁ ସେ ଫେସ୍‌ବୁକ୍‌ର ସାହାର ନେଲେ। ମାତ୍ର ଏପରିସ୍ଥିତିରେ ବିନା ଅନୁମତିରେ ଫେସ୍‌ବୁକ୍‌ କାହିଁକି ତାଙ୍କ ପୋଷ୍ଟ୍‍ ଡିଲିଟ୍‌ କରିବା ସହ ଆକାଉଣ୍ଟ୍‌ ବ୍ଲକ୍‌ କରିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ହସିନା।

ଉଲ୍ଳେଖଯୋଗ୍ୟ, କ୍ରିକେଟ ତାରକା ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହସିନା ଜାହାଁ ହିଂସା ଏବଂ ଅନୈତିକ ସଂପର୍କ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ପରେ ପତ୍ନୀ ହସିନା ସ୍ୱାମୀ ସାମିଙ୍କ ବିରୋଧରେ ଏବେ ଆଉ ଏକ ଜଘନ୍ୟ ଅଭିଯୋଗ ବି ଆଣିଥିଲେ। ସାମି ତାଙ୍କ ପତ୍ନୀଙ୍କୁ ନିଜର ଭାଇ ସହ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ହସିନା ଅଭିଯୋଗରେ ଦର୍ଶାଇ ଥିଲେ।

ମହମ୍ମଦ ସାମିଙ୍କ ପତ୍ନୀ ହସିନା ଶୁକ୍ରବାର ସ୍ୱାମୀଙ୍କ ବିରୋଧରେ କୋଲକାତାର ଲାଲ ବଜାର ପୁଲିସ୍‌ ଷ୍ଟେସନ୍‌ରେ ସାମିଙ୍କ ସମେତ ତାଙ୍କ ପରିବାର ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପ୍ରତାରଣା, ଘରୋଇ ହିଂସା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ସାମିଙ୍କ ବିରୋଧରେ ଅନେକ ଗୁଡ଼ିଏ ଧାରା ଲଗାଯାଇଛି। ଅନ୍ୟପକ୍ଷରେ ସାମିଙ୍କୁ କିନ୍ତୁ ପତ୍ନୀ ହସିନାଙ୍କୁ କ୍ଷମା ମାଗି ମୀମାଂସା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ତାଙ୍କ ବିରୋଧରେ ଆସିଥିବା ପରକୀୟା ପ୍ରୀତି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର