ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କୋଚ୍ ରାହୁଲ ଦ୍ରାବିଡଙ୍କୁ ମିଳିଲା ଖୁସି ଖବର। ପରିବାରକୁ ଖୁସି କରାଇଲେ ପୁଅ ସମିତ ଦ୍ରାବିଡ। ଯୁବ ଅଲରାଉଣ୍ଡର ଖେଳାଳିଙ୍କୁ ମିଳିଲା ତାଙ୍କର ନୂଆ ଦଳ । ସୂଚନା ମୁତାବକ, ସେ ମହାରାଜା ଟ୍ରଫି କେଏସସିଏ ଟି-୨୦ ଲିଗରେ ଅଂଶଗ୍ରହଣ କରିବେ । ଗତ ବର୍ଷର ରନର୍ ଅପ୍ ଦଳ ମହୀସୁର ୱାରିୟର୍ସ ସହ ସେ ଯୋଗ ଦେଇଥିବା ଜଣାପଡ଼ିଛି।ସମିତ ଦ୍ରାବିଡଙ୍କୁ ବର୍ତ୍ତମାନ ବୟସ ୧୮ବର୍ଷ। ମଧ୍ୟମ ଗତିର ଦ୍ରୁତ ବୋଲିଂ ବ୍ୟତୀତ ସେ ମଧ୍ୟମ କ୍ରମରେ ମଧ୍ୟ ବ୍ୟାଟିଂ କରନ୍ତି । ଆଗାମୀ ସିଜିନ ପାଇଁ, ଏବେ ମହୀସୁର ୱାରିୟର୍ସ ଦଳ ତାଙ୍କୁ ୫୦ହଜାର ପାରିଶ୍ରମିକ ଦେଇ ନିଜ ସହ ଯୋଡିଥିବା ଜଣାପଡ଼ିଛି ।

Advertisment

ମହୀସୁର ୱାରିୟର୍ସ ପୂର୍ବରୁ ସମିତ କର୍ଣ୍ଣାଟକ ଅଣ୍ଡର-୧୯ ଦଳ ପାଇଁ ଅଂଶଗ୍ରହଣ କରିଥିଲେ। ସେ ୨୦୨୩-୨୪ କୁଚ୍ ବିହାର ଟ୍ରଫିରେ ମଧ୍ୟ ଭାଗ ନେଇଥିଲେ । ଏହି ମ୍ୟାଚ୍ ସମୟରେ ତାଙ୍କ ଦଳ ବିଜୟୀ ହୋଇଥିଲା। ଏବେ ସମିତଙ୍କ ବ୍ୟତୀତ ମହୀସୁର ୱାରିୟର୍ସ ଦଳରେ ଅଛନ୍ତି କରୁଣ ନାୟାର (ଅଧିନାୟକ) କାର୍ତ୍ତିକ ସିଏ, ମନୋଜ ଭଣ୍ଡାଗେ, କାର୍ତ୍ତିକ ଏସୟୁ, ସୁଚିତ୍ ଜେ, ଗୌତମ କେ, ବିଦ୍ୟାଧର ପାଟିଲ, ଭେଙ୍କଟେଶ ଏମ, ହର୍ଷିଲ ଧର୍ମାନି, ଗୌତମ ମିଶ୍ରା, ଧନୁଷ ଗୌଡା, ଦୀପକ ଦେବାଡିଗା, ସୁମିତ କୁମାର, ସ୍ମୟନ ଶ୍ରୀବାସ୍ତବ, ଜୈସପର ଇଜେ, ପ୍ରିସିଦ୍ଧ କୃଷ୍ଣ ଏବଂ ମହମ୍ମଦ ସରଫରାଜ ଅଶରଫ ।