ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମଲ୍ଟି ଫର୍ମାଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୯ ବର୍ଷରୁ କମ୍ ଭାରତୀୟ ଦଳ ଘୋଷଣା କରିଛି। ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡଙ୍କୁ ଏହି ଦଳରେ ସାମିଲ କରାଯାଇଛି। 

Advertisment

ଭାରତୀୟ ୧୯ ବର୍ଷରୁ କମ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଓ ୪ ଦିନିଆ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇ ଫର୍ମାଟର ସିରିଜ୍ ପାଇଁ ସମିତ ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିଛି।

ଭାରତୀୟ ୧୯ ବର୍ଷରୁ କମ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଓ ୪ ଦିନିଆ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇ ଫର୍ମାଟର ସିରିଜ୍ ପାଇଁ ସମିତଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିଛି। ସେପ୍ଟେମ୍ବର ୨୧ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯ ବର୍ଷରୁ କମ୍ ସିରିଜ୍ ଆରମ୍ଭ ହେବ।

ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ବିପକ୍ଷ ମଲ୍ଟି ଫର୍ମାଟ୍ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଘରୋଇ ସିରିଜ୍ ପାଇଁ ଜୁନିୟର ଚୟନ କମିଟି ଭାରତର ୧୯ ବର୍ଷରୁ କମ୍ ଦଳ ଚୟନ କରିଛି। ଏହି ଶୃଙ୍ଖଳାରେ ପୁଡୁଚେରୀ ଓ ଚେନ୍ନାଇରେ ୫୦ ଓଭରର ୩ଟି ମ୍ୟାଚ୍ ଏବଂ ୨ଟି ଚାରିଦିନିଆ ମ୍ୟାଚ୍ ଖେଳାଯିବ।

ଭାରତୀୟ ଦଳ : ରୁଦ୍ର ପଟେଲ (ଉପ-ଅଧିନାୟକ), ସାହିଲ ପାରଖ, କାର୍ତ୍ତିକେୟ କେପି, ମହମ୍ମଦ ଅମନ (ଅଧିନାୟକ), କିରଣ ଚୋରମାଲେ, ଅଭିଜ୍ଞାନ କୁଣ୍ଡୁ (ୱିକେଟ୍ ରକ୍ଷକ), ହରବଂଶ ସିଂହ ପାଙ୍ଗାଲିଆ (ୱିକେଟ୍ ରକ୍ଷକ), ସମିତ ଦ୍ରାବିଡ଼, ଯୁଦ୍ଧଜିତ୍ ଗୁହା, ସମର୍ଥ ଏନ୍, ନିଖିଲ କୁମାର, ଚେତନ ଶର୍ମା, ହାର୍ଦ୍ଦିକ ରାଜ, ରୋହିତ ରାଜାଓ୍ଵତ, ମହମ୍ମଦ ଏନାନ୍।