ସାମସନ୍‌ ପରବ‌ର୍ତ୍ତୀ ଧୋନି: ଥରୁର

ନୂଆଦିଲ୍ଲୀ: କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ମ୍ୟାଚ ବିଜୟୀ ପାଳି ଖେଳିବା ପରେ ସଞ୍ଜୁ ସାମସନ୍‌ଙ୍କୁ କଂଗ୍ରେସ ସାଂସଦ ପ୍ରଶଂସାରେ ପୋତି ପକାଇଛନ୍ତି। ଟ୍ବିଟରରେ ତାଙ୍କୁ ଭାରତର ପରବର୍ତ୍ତୀ ମହେନ୍ଦ୍ର ସିଂହ ଧୋନି ଭାବେ ସେ ତୁଳନା କରିଥିଲେ। ଥରୁରଙ୍କ ଏଭଳି ତୁଳନାକୁ କିନ୍ତୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନାପସନ୍ଦ କରିଛନ୍ତି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୨୨୪ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ବେଳେ ସଞ୍ଜୁଙ୍କ ବିସ୍ଫୋରକ ଅର୍ଧଶତକ ବିଜୟର ମୂଳଦୁଆ ପକାଇଥିଲା। ତବେ ସେଲ୍‌ଡନ କଟ୍ରେଲଙ୍କୁ ୫ଟି ଛକାମାରି ରାହୁଲ ତେୱାତିଆ ହାତରୁ ଖସିଯାଉଥିବା ମ୍ୟାଚ୍‌କୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଦଳର ବିଜୟ ପରେ ୱେଷ୍ଟ୍‌ଇଣ୍ଡିଜର ଇଆନ୍‌ ବିଶପଙ୍କଠୁ ଆରମ୍ଭ କରି କଂବଦନ୍ତି ଖେଳାଳି ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିପଡ଼ିଛନ୍ତି।

ସମ୍ବନ୍ଧିତ ଖବର