କିଙ୍ଗ୍ଷ୍ଟନ୍: ୱେଷ୍ଟ୍ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ମାର୍ଲନ ସାମୁଏଲ୍ସ ସମସ୍ତ କ୍ରିକେଟ୍ରୁ ଅବସର ନେଇଛନ୍ତି। ସାମୁଏଲ୍ସ ଜାତୀୟ ଦଳର ଉଭୟ ଟି-୨୦ ବିଶ୍ବକପ୍ ବିଜୟୀ ସଂସ୍କରଣରେ ସର୍ବାଧିକ ରନ୍ ସ୍କୋରର୍ ଥିଲେ। ୨୦୧୮ ଡିସେମ୍ବରରେ ଶେଷ ଅନ୍ତର୍ଜାତୀୟ ଖେଳିଥିବା ସାମୁଏଲ୍ସ ଅର୍ଥ ନେବା କାରଣରୁ ଆଇସିସି ଦ୍ବାରା ୨ ବର୍ଷ ଲାଗି ବାସନ୍ଦ ହୋଇଥିଲେ। ୩୯ ବର୍ଷୀୟ ସାମୁଏଲ୍ସ ଇଣ୍ଡିଜ୍ ପକ୍ଷରୁ ୭୧ ଟେଷ୍ଟ୍, ୨୦୭ ଦିନିକିଆ ଓ ୬୭ ଟି-୨୦ ଖେଳିଥିଲା ବେଳେ ମୋଟ ଉପରେ ୧୧,୦୦୦ରୁ ଅଧିକ ରନ୍ ଏବଂ ୧୫୦ରୁ ଅଧିକ ୱିକେଟ୍ ଅକ୍ତିଆର କରିଛନ୍ତି। ୨୦୧୨ ଓ ୨୦୧୬ ଇଣ୍ଡିଜ୍ର ଟି-୨୦ ବିଶ୍ବକପ୍ ବିଜୟରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା। ୪ ବର୍ଷ ତଳେ କୋଲ୍କାତାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଫାଇନାଲ୍ରେ ୬୬ ବଲ୍ରୁ ୮୫ ରନ୍ କରିବା ସହ ୪ ୱିକେଟ୍ ଅକ୍ତିଆର କରିଥିଲେ। ୨୦୧୨ରେ କଲମ୍ବୋରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ରେ ୫୬ ବଲ୍ରେ ୭୮ ରନ୍ କରିଥିଲେ। ଦୁଇଟି ଯାକ ସଂସ୍କରଣରେ ସାମୁଏଲ୍ସ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥିସହ ଦୁଇଟି ଆଇସିସି ପ୍ରତିଯୋଗିତାର ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବାର ସେ ଏକମାତ୍ର ଖେଳାଳି ହୋଇଥିଲେ। ୨୦୦୦ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ସାମୁଏଲ୍ସ ବିଶ୍ବର ବିଭିନ୍ନ ଟି-୨୦ ଫ୍ରାଞ୍ଚାଇଜ୍ ପୁଣେ ୱାରିୟର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ, ମେଲବର୍ନ ରେନିଗେଡ୍ସ ଓ ପେଶୱାର ଜାଲ୍ମି ପକ୍ଷରୁ ୨ ଦଶନ୍ଧି ଧରି ଖେଳିଛନ୍ତି। ସେ ଆଇପିଏଲ୍ରେ ୧୫ ମ୍ୟାଚ୍ ଖେଳି ୧୬୧ ରନ୍ କରିବା ସହ ୯ ୱିକେଟ୍ ଅକ୍ତିଆର କରିଥିଲେ।
ଅବସର ନେଲେ ସାମୁଏଲ୍ସ
/sambad/media/post_attachments/wp-content/uploads/2020/11/samuel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)