ଟୋକିଓ : ଦେଶର ଜନସଂଖ୍ୟା ୩୪,୦୦୦ (୨୦୧୯ ଜନସଂଖ୍ୟାରେ ୩୩,୮୬୦) ହୋଇଥିଲେ ବି ଏକାଧିକ ବଡ଼ ଦେଶକୁ ପଛରେ ପକାଇ ୟୁରୋପର ସାନ୍ ମାରିନୋ ଅଲିମ୍ପିକ୍ସ ଇତିହାସରେ ପଦକ ଖାତା ଖୋଲିଛି। ଟୋକିଓ ଅଲିମ୍ପିକ୍ସରେ ଏହି ଛୋଟ ଦେଶର ଆଲେଜାଣ୍ଡ୍ରା ପେରିଲ୍ କାଂସ୍ୟ ପଦକ ଜିତି ଏହି ଗୌରବ ଆଣିଛନ୍ତି। ବଂଧୁକଚାଳନାର ମହିଳା ଟ୍ରାପ୍ ଇଣ୍ଟେରେ ସେ ଏହି ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ପଦାର୍ପଣ କରିବା ସହ ସାନ ମାରିନୋର ପତାକାଧାରୀ ହୋଇଥିଲେ ପେରିଲ। କିନ୍ତୁ ୫ ବର୍ଷ ତଳେ ୧୩ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିବା ୩୩ ବର୍ଷୀୟ ଏହି ସୁନ୍ଦରୀ ଏବେ ଦେଶ ଅଲିମ୍ପିକ୍ ଇତିହାସରେ ନୂତନ ଫର୍ଦ ଯୋଡ଼ି ରାତାରାତି ନାୟିକା ପାଲଟିଛନ୍ତି। ଆସାକା ସୁଟିଂ ରେଞ୍ଜ୍ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସ୍ଲୋଭାକିଆର ଜୁଜାନା ରେହାକ ଷ୍ଟିଭେସକୋଭା ସ୍ବର୍ଣ୍ଣ ଓ ଆମେରିକାର କାଇଲ୍ ବ୍ରାଉନିଂ ରୌପ୍ୟ ପଦକ ଜିତିଥିଲେ। ୨ ଥର ରୌପ୍ୟ ପଦକ ବିଜୟିନୀ ଜୁଜାନା ତାଙ୍କ ଅଲିମ୍ପିକ ସ୍ବର୍ଣ୍ଣ ପଦକ ସ୍ବପ୍ନକୁ ସାକାର କରିଥିଲେ। ସମସ୍ତ ୧୨୫ ଟାର୍ଗେଟ୍କୁ ହିଟ୍ କରି ସେ ଫାଇନାଲ୍ ଆସିଥିଲେ। ବିଶ୍ବର ଏକ ନମ୍ବର ସ୍ପେନୀୟ ଖେଳାଳି ପତିମା ଗାଲଭେଜ୍ ଓ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ ବିଜୟିନୀ ଇଟାଲିର ଜେସିକା ରୋଜି ଯୋଗ୍ୟତା ପର୍ଯ୍ୟାୟରୁ ଆଗକୁ ବଢ଼ି ପାରିନଥିଲେ।
ଦେଶର ଜନସଂଖ୍ୟା ୩୪,୦୦୦: ସାନ ମାରିନୋକୁ ପ୍ରଥମ ଅଲିମ୍ପିକ୍ସ ପଦକ
/sambad/media/post_attachments/wp-content/uploads/2021/07/21-Peril.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)