ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେଲେ ପାକିସ୍ତାନ ମହିଳା କ୍ରିକେଟର୍ ସାନା

ଲାହୋର : ପାକିସ୍ତାନ ମହିଳା କ୍ରିକେଟର୍ ସାନା ମୀର ଭବିଷ୍ୟତ ଯୋଜନା ଓ ଲକ୍ଷ୍ୟ ସ୍ଥିର କରିବା ପାଇଁ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ସାମୟିକ ବିରତି ନେଇଛନ୍ତି। ଫଳରେ ଆସନ୍ତା ମାସରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଆଇସିସି ମହିଳା ପ୍ରତିଯୋଗିତା ଅନ୍ତର୍ଗତ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ତାଙ୍କୁ ବାଦ୍ ଦେବା ପାଇଁ ସାନା ପାକିସ୍ତାନ କ୍ରିକେଟ୍ ସଂଘ (ପିସିବି)କୁ ସୂଚନା ଦେଇଛନ୍ତି। ଦଳ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବା ପାଇଁ ସାନା ମଧ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ସାନା ୧୨୦ ଦିନିକିଆ ଓ ୧୦୬ ଟ୍ବେଣ୍ଟି-୨୦ ଖେଳି ଯଥାକ୍ରମେ ୧୫୧ ଓ ୮୯ ଵିକେଟ୍ ଅକ୍ତିଆର କରିଛନ୍ତି। ସାନା ପାକିସ୍ତାନର ପ୍ରଥମ ମହିଳା କ୍ରିକେଟର୍ ଭାବେ ଆଇସିସି ଦିନିକିଆ ବୋଲିଂ ମାନ୍ୟତା ତାଲିକାରେ ଶୀର୍ଷରେ ଥିଲେ।

ସମ୍ବନ୍ଧିତ ଖବର