କ୍ରିକେଟ କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେନି ସନଥ ଜୟସୁରିଆ, ଆଇସିସି ଲଗାଇଲା ୨ ବର୍ଷ ପ୍ରତିବନ୍ଧକ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶ୍ରୀଲଙ୍କାର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସନଥ ଜୟସୁରିଆଙ୍କ ଉପରେ ୨ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଆଇସିସି ମଙ୍ଗଳବାର ଏକ ବୟାନରେ କହିଛି ଯେ, ଜୟସୁରିଆ ଆଇସିସି ଭ୍ରଷ୍ଟାଚାର ନିରୋଧକ ଶାଖାର (ଏସିୟୁ) ୨ ସଂହିତା ଉଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତଦନ୍ତରେ ସହଯୋଗ କରି ନଥିବାରୁ ତାଙ୍କୁ ଦୋଷୀ ବିବେଚନା କରାଯାଇଛି।

ସନଥ ଜୟସୁରିଆଙ୍କୁ ଆଇସିସି ଆଚରଣ ସଂହିତା ଅନୁଚ୍ଛେଦ ୨.୪.୬ ଏବଂ ୨.୪.୭ ଉଲଂଘନରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ ୨.୪.୬ ବିନା କୌଣସି ଉଚିତ କାରଣର ଭ୍ରଷ୍ଟାଚାର ନିରୋଧକ ବିଭାଗର କୌଣସି ତଦନ୍ତରେ ସହଯୋଗ କରି ନାହାନ୍ତି।

କ୍ରିକେଟ ଚୟନ ସମିତିର ପୂର୍ବତନ ଅଧ୍ୟକ୍ଷ ଜୟସୁରିଆ ଏହି ପ୍ରତିବନ୍ଧକକୁ ସ୍ୱୀକାର କରି ନେଇଛନ୍ତି। ଏହି ପ୍ରତିବନ୍ଧକ ପରେ ସେ ଆଉ କ୍ରିକେଟ ସଂବଧିତ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଆଇସିସି ବୟାନରେ କହିଛି। ଜୟସୁରିଆ (୪୯ ବର୍ଷ) ଶ୍ରୀଲଙ୍କାରେ ଏସିୟୁର ଭ୍ରଷ୍ଟାଚାର ବିରୋଧରେ ଜାରି ହୋଇଥିବା ତଦନ୍ତର ଏକ ଅଂଶ ବିଶେଷ ଥିଲେ।

 

ସମ୍ବନ୍ଧିତ ଖବର