ମସ୍କୋ : କଲମ୍ବିଆର ମଧ୍ୟଭାଗ ଖେଳାଳି କାର୍ଲୋସ୍ ସାଂଚେଜ୍ ଚଳିତ ଫିଫା ବିଶ୍ୱକପ୍ର ପ୍ରଥମ ଲାଲ୍ କାର୍ଡ ପାଇଛନ୍ତି। ମଙ୍ଗଳବାର ସେ ମଧ୍ୟ ବିଶ୍ୱକପ୍ ଇତିହାସର ଦ୍ରୁତତମ ଲାଲ୍ କାର୍ଡ ପାଇବାର ଆଲୋଡ଼ା କୀର୍ତ୍ତିମାନ କରିଛନ୍ତି। ଜାପାନ ଓ କଲମ୍ବିଆ ମଧ୍ୟରେ ଆଜି ଖେଳା ଯାଇଥିବା ମ୍ୟାଚ୍ର ତୃତୀୟ ମିନିଟ୍ରେ ହିଁ ସାଂଚେଜ ଜାପାନର ସିଂଜି କଗାବାଙ୍କ ସଟ୍କୁ ହାତରେ ରୋକିଥିଲେ। ଫଳରେ ରେଫରି ତୁରନ୍ତ ତାଙ୍କୁ ଲାଲ କାର୍ଡ ଦେଖାଇ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ। ଏହି କାରଣରୁ କଲମ୍ବିଆ ପ୍ରାୟତଃ ମ୍ୟାଚ୍ ଆରମ୍ଭରୁ ୧୦ ଜଣରେ ଖେଳିବାକୁ ବାଧ୍ୟ ହୋଇଥିଲା। ଯାହା ତା ପାଇଁ ପୂରା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି କାରଣରୁ ଜାପାନକୁ ପେନାଲ୍ଟି ମିଳିଥିଲା। ଯାହାକୁ ଗୋଲ୍ରେ ରୂପାନ୍ତର କରି କାଓ୍ଵାବା ଜାପାନକୁ ଆଗୁଆ କରି ଦେଇଥିଲେ। କଲମ୍ବିଆ ୩୯ ମିନିଟ୍ରେ ଏହି ଗୋଲଟିକୁ ଶୁଝି ଦେଇଥିଲା। ହେଲେ ୭୩ ମିନିଟ୍ ଗୋଲ୍ ବଳରେ ବିଜୟ ହାସଲ କରି ଜାପାନ ଉତ୍ସାହର ସହ ତା’ର ଅଭିଯାନ ଆରମ୍ଭ କରିଥିଲା।
ସାଂଚେଜଙ୍କୁ ପ୍ରଥମ ଲାଲ୍ କାର୍ଡ
/sambad/media/post_attachments/wp-content/uploads/2018/06/sanches.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)