ବାଲି କୁସ୍ତି ପ୍ରତିଯୋଗିତା: କଟକ ଓ ପୁରୀର ଆଧିପତ୍ୟ

କଟକ: ଓଡ଼ିଶା କୁସ୍ତି ସ˚ଘ ଆନୁକୂଲ୍ୟରେ ପ୍ରଥମ ବରିଷ୍ଠ ବାଲି କୁସ୍ତି ପ୍ରତିଯୋଗିତା ବାରବାଟୀ ଷ୍ଟାଡିୟମସ୍ଥିତ କ୍ଲବ୍‌ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶା କୁସ୍ତି ସ˚ଘର ଅନୁବନ୍ଧିତ କଟକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, ସମ୍ବଲପୁର ଜିଲ୍ଲାରୁ ୩୨ ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କଟକ ଓ ପୁରୀର ଆଧିପତ୍ୟ ଦେଖିବାକୁ ମିଳିଥିଲା।

ପୁରୁଷ ୭୦ କିଲୋଗ୍ରାମ ବର୍ଗରେ ପୁରୀର ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରଥମ, କଟକର ଅଜିତ କୁମାର ଫୁଲଟନ ଦ୍ବିତୀୟ, ୮୦ କିଲୋଗ୍ରାମ ବର୍ଗରେ ପୁରୀର କେଦାର ଦଳାଇ ପ୍ରଥମ, କଟକର ବାଦଲ ସାମଲ ଦ୍ବିତୀୟ, ୯୦ କିଲୋଗ୍ରାମ ବର୍ଗରେ ପୁରୀର ଶ୍ୟାମସୁନ୍ଦର ମହାପାତ୍ର ପ୍ରଥମ, କଟକର ବିକାଶ ନାଏକ ଦ୍ବିତୀୟ, ମହିଳା ୫୦ କିଲୋଗ୍ରାମ ବର୍ଗରେ କଟକର ରୋଜାଲିନ ପାଲ୍‌ ପ୍ରଥମ, ପୁରୀର ଫିଜା ମହାନ୍ତି ଦ୍ବିତୀୟ, ୬୦ କିଲୋଗ୍ରାମ ବର୍ଗରେ କଟକର ଅଜିଜା ବେଗମ ପ୍ରଥମ, ଖୋର୍ଦ୍ଧାର ଲୋମା ସ୍ବାଇଁ ଦ୍ବିତୀୟ, ୭୦ କିଲୋଗ୍ରାମ ବର୍ଗରେ ପୁରୀର ପୂଜା ମହାରଣା ପ୍ରଥମ ଓ କଟକର ମନୀଷା ବେହେରା ଦ୍ବିତୀୟ ସ୍ଥାନରେ ରହିଥିଲେ। ସମସ୍ତ କୃତି ପ୍ରତିଯୋଗୀ ଆସନ୍ତା ୨୭ ତାରିଖରେ ଚେନ୍ନାଇରେ ଆୟୋଜିତ ହେବାକୁଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ।

ରାଜ୍ୟ କୁସ୍ତି ସ˚ଘ ସମ୍ପାଦକ କିଶୋର ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ସଭାପତି ରାମଚନ୍ଦ୍ର ପାଢୀ, ରବି ପ୍ରତିହାରୀ, ରାମଚନ୍ଦ୍ର ଦାସମହାପାତ୍ର, ଦେବେନ୍ଦ୍ର ସାହୁ, କୁମାର ରାୟ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ଯୋଗଦେଇ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିଥିଲେ। ସନ୍ତୋଷ ଦାସ, ଅମ୍ବାଳିକା ଜେନା, ଦିଲ୍ଲୀପ ନାରାୟଣ ଗୁଟୁ, ଶ୍ୟାମସୁନ୍ଦର ପାତ୍ର, ନାରାୟଣ ବେହେରା, କୃଷ୍ଣମୋହନ ପାତ୍ର, ସନ୍ତୋଷ ସାହୁ, କାଳନ୍ଦି ମାଣିଆ ମ୍ୟାଚ୍‌ଗୁଡ଼ିକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର