ସନ୍ଦୀପ ମହାନ୍ତି ସ୍ମାରକୀ ଓପନ୍‌ ଚେସ୍‌: ମାନସ ବିଜେତା

ଭୁବନେଶ୍ୱର: ଭୁବନେଶ୍ୱର ଚେସ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ସନ୍ଦୀପ ମହାନ୍ତି ସ୍ମାରକୀ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ଭୁବନେଶ୍ୱରର ମାନସ ରଂଜନ ପରିଡ଼ା ବିଜେତା ହୋଇଛନ୍ତି। ଭୀମସେନ ପ୍ରଧାନ, ବିଭୁତି ଭୂଷଣ ଦାସ, ଅମିତ ମହାନ୍ତି, ପ୍ରଭାତ କୁମାର ଓଝା, ତନ୍ମୟ କୁମାର, ନଟବର ଦାସ, ସୁରଜିତ ନାୟକ, ଦେବ ପ୍ରସାଦ ଏବଂ ପ୍ରକାଶ କୁମାର ଚାଓ୍ଵାଦା ଯଥାକ୍ରମେ ଦ୍ୱିତୀୟରୁ ଦଶମ ସ୍ଥାନରେ ରହିଥିଲେ। ଆୟୁଷ୍ମାନ ସାମନ୍ତରାୟ, ଅଭିଜିତ ବିଶ୍ୱାଳ, ଦେବରଂଜନ ମହାନ୍ତି, ତମନ୍ନା କୁମାରୀ, ପ୍ରବୀର ବାରିକ, ଡି ଆଦିତ୍ୟ, ଏନ୍‌ ପ୍ରତ୍ୟୁଷ, ସିଦ୍ଧାର୍ଥ ମିଶ୍ର, ଅଂଶୁମାନ ପତି, ମୋନାଶ୍ରୀତ ରାଉତରାୟ, ଓମ୍‌ ଆଦିତ୍ୟ ଖାଡ଼େଙ୍ଗା, ଏମ୍‌ ବୈଭବ, ଅବିନାଶ ଆଚାର୍ଯ୍ୟ, ଅମ୍ରିତ ଶତପଥୀ, ସଂସ୍ଲେଶ ଏସ୍‌ ସାହୁ, କୁମାର ଅଭିଜିତ, ଶୁଭମ ଜ୍ୟୋତି ସାହୁ, ପ୍ରଭାଂଶୁ ଦାଶ, ଲୁଇସ ବିଶୋଇ, ସୁଜିତ କୁମାର ଦାଶ, ଅନନ୍ୟା ଅପରମିତା, ଦେବାଂଶୀ ଷଡ଼ଙ୍ଗୀ, ସୋନାଲିକା ପାଇକରାୟ, ଆୟୁଷୀ ଏ ଦାସ, ଜେସିକା ସାଧ୍ୱୀ ପାତ୍ର ବିଭିନ୍ନ ବୟସ ଓ ମହିଳା ବର୍ଗରେ ପ୍ରଥମରୁ ପଞ୍ଚମ ସ୍ଥାନରେ ରହି ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ। ସେହିଭଳି ଶ୍ରେଷ୍ଠ ଭେଟେରାନ ଓ ମହିଳା ଖେଳାଳି ପୁରସ୍କାର ଯଥାକ୍ରମେ ସୁରେଶ ଚନ୍ଦ୍ର ସାହୁ ଓ ସ୍ନେହାଞ୍ଜଳି ପ୍ରଧାନଙ୍କୁ ମିଳିଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ସଚିବାଳୟ ରିକ୍ରିଏସନ୍‌ କ୍ଲବ୍‌ର ସାଧାରଣ ସମ୍ପାଦକ ମନଗୋବିନ୍ଦ ଦଲାଇ, ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ଉପସଭାପତି ବିମଳ ପ୍ରସାଦ ମହାନ୍ତି, ଭୁବନେଶ୍ୱର ଚେସ୍‌ ସଂଘ ସମ୍ପାଦକ ଅରାତି ବିଜୟ ମହାନ୍ତି, ଉପସଭାପତି ବଂଶୀଧର ଭୋଇ, ଯୁଗ୍ମ ସମ୍ପାଦକ ସୁରିନ୍ଦରନାଥ ମହାନ୍ତି, ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ, ପ୍ରଭାତ ନାଥଙ୍କ ସହ ସନ୍ଦୀପଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର