ଭାରତରେ କଙ୍କଡ଼ା ବିକିବେ ସାଙ୍ଗା-ମାହେଲା

କଲମ୍ବୋ: ଶ୍ରୀଲଙ୍କାର ଦୁଇ ମହାନ କ୍ରିକେଟର ମାହେଲା ଜୟବର୍ଦ୍ଧନେ ଓ କୁମାର ସାଙ୍ଗାକାରା କଲମ୍ବୋରେ ‘ମିନିଷ୍ଟ୍ରି ଅଫ୍‌ କ୍ରାବ୍‌’ ନାମକ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଏହି ରେଷ୍ଟୁରାଣ୍ଟ ଏବେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି। ସୁସ୍ୱାଦୁ କଙ୍କଡ଼ା ତରକାରୀ ପାଇଁ ଖୁବ୍‌ ଅଳ୍ପ ସମୟ ଭିତରେ ଅହେତୁକ ଲୋକପ୍ରିୟତା ହାସଲ କରିଥିବା ‘ମିନିଷ୍ଟ୍ରୀ ଅଫ୍‌ କ୍ରାବ’ର ଏକ ଶାଖା ଖୁବଶୀଘ୍ର ଭାରତରେ ଖୋଲିବାକୁ ଯାଉଛି। ମାହେଲା ଏବଂ ସାଙ୍ଗା ମୁମ୍ବାଇ କିମ୍ବା ଦିଲ୍ଲୀରେ ଏହି ରେଷ୍ଟୁରାଣ୍ଟ ଖୋଲିବେ ବୋଲି ଜଣା ପଡ଼ିଛି। ଶ୍ରୀଲଙ୍କାରୁ ଆସି ବଲିଉଡ୍‌ ଚଳଚ୍ଚିତ୍ର ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସିଂହଳୀ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିସ୍‌ ମଧ୍ୟ ଖୁବଶୀଘ୍ର ଭାରତୀୟ ରେଷ୍ଟୁରାଣ୍ଟ ବ୍ୟବସାୟରେ ପାଦ ଥାପିବାକୁ ଯାଉଛନ୍ତି। କେତେକ ନିକଟତମ ବନ୍ଧୁଙ୍କ ସହ ମିଶି କଲମ୍ବୋରେ ‘କିମାସୂତ୍ର’ ନାମକ ରେଷ୍ଟୁରାଣ୍ଟ ଖୋଲିଥିବା ଜାକଲିନ୍‌ ମୁମ୍ବାଇରେ ସେହି ନାମରେ ଆଉ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର