ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଅଧିନାୟକ ବିରାଟ କୋହଲି ତାଙ୍କ ସମସାମୟିକ ଖେଳାଳିଙ୍କଠାରୁ ଢ଼େର ଊର୍ଧ୍ବରେ ରହିଛନ୍ତି। ମହାନ ଖେଳାଳି ହେବା ପଥରେ ଅଗ୍ରସର ଅଛନ୍ତି ବୋଲି କହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ବ୍ୟାଟିଂ ତାରକା କୁମାର ସାଙ୍ଗାକାରା। ନ୍ୟୁଜିଲାଣ୍ଡ୍ର କେନ୍ ୱିଲିୟମସନ୍, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଏବଂ ଇଂଲଣ୍ଡର ଜୋ ରୁଟ୍ଙ୍କ ସହିତ କୋହଲି ନିଶ୍ଚିତ ଏଲିଟ୍ କ୍ଲବ୍ରେ ରହିଛନ୍ତି। କିନ୍ତୁ ସମସ୍ତଙ୍କଠାରୁ ସେ ଆଗରେ ଚାଲିଛନ୍ତି। ୨୦୧୮ ମସିହାର ଅସାଧାରଣ ପ୍ରଦର୍ଶନ ତାଙ୍କୁ ମଧ୍ୟ ଏକକାଳୀନ ୩ ଆଇସିସି ପୁରସ୍କାର ବିଜେତା କରାଇଛି। ବିରାଟଙ୍କ ଖେଳ ତାଙ୍କୁ ଏବେ ବିଶ୍ବ କ୍ରିକେଟ୍ର ଶୀର୍ଷରେ ରଖିଛି। ସେ ମହାନତମ ନ ହେଲେ ବି ମହାନଙ୍କ ମଧ୍ୟରେ ନିଶ୍ଚିତ ଅନ୍ୟତମ ରହିବେ। କୋହଲି ମାତ୍ର ୨୨୨ ଦିନିକିଆରୁ ୩୯ ଶତକ ହାସଲ କରି ସାରିଥିବାବେଳେ ସଚିନ ତେନ୍ଦୁଲକର (୪୬୩ ମ୍ୟାଚ୍ରୁ ୪୯ ଶତକ)ଙ୍କ ପଛକୁ ଏକମାତ୍ର ଭାରତୀୟ ଭାବେ ୫୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ଶତକ ଜମାଇଛନ୍ତି। କୋହଲି ୭୭ ଟେଷ୍ଟ୍ରୁ ୨୫ ଶତକ ହାସଲ କରି ସାରିଛନ୍ତି। ସବୁ ଫର୍ମାଟରେ କୋହଲିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ମୋତେ ଅଭିଭୂତ କରିଛି। ତାଙ୍କ ବ୍ୟାଟିଂ ଦେଖିଲେ କିଛି ପରିବର୍ତନ ହେବା ଭଳି ଲାଗେ ନାହିଁ, ସେ ବଡ଼ ଉତ୍ସାହୀ ଖେଳାଳି ବୋଲି ସାଙ୍ଗାକାରା କହିଛନ୍ତି। ଅନ୍ୟତମ ଶ୍ରୀଲଙ୍କା ଖେଳାଳି ମାହେଲା ଜୟବର୍ଧନେ ବି କୋହଲିଙ୍କ ପ୍ରଶଂସା କରିଛନ୍ତି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ କ୍ରିକେଟ୍ପାଗଳ ଦେଶର ମାନସୀକତାକୁ ଠିକଣା ଭାବେ ମୁକାବିଲା କରିବାରେ କୋହଲି ସିଦ୍ଧହସ୍ତ। ପଡ଼ିଆ ଭିତରେ ଏବଂ ବାହାରେ ସେ ଚାପକୁ ଭଲ ହାତେଇ ପାରୁଛନ୍ତି। ଆମେ ସବୁ ସଚିନ ତେନ୍ଦୁଲକରଙ୍କ ସହ ବଢ଼ିଥିଲୁ, ପରବର୍ତୀ ପିଢ଼ି ନିଶ୍ଚିତ ବିରାଟ କୋହଲିଙ୍କ କାନ୍ଧରେ ରହିବେ’ ବୋଲି ଜୟବର୍ଧନେ କହିଛନ୍ତି।
କୋହଲି ମହାନ ହେବା ପଥରେ ଅଗ୍ରସର: ସାଙ୍ଗା
/sambad/media/post_attachments/wp-content/uploads/2019/02/virat-kohli-pti-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)