ସାନିଆ ଓ ବାବରଙ୍କ ଭାଉଜ-ଦିଅର ଆଳାପ

ହାଇଦ୍ରାବାଦ: ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ହେଉଛନ୍ତି ପାକିସ୍ତାନୀ କ୍ରିକେଟର୍‌ ସୋଏବ ମଲ୍ଲିକଙ୍କ ପତ୍ନୀ। ଏହି ଦୃଷ୍ଟିରୁ ସୋଏବଙ୍କ ଦଳୀୟ ସାଥୀ ବାବର ଆଜମଙ୍କ ଭାଉଜ ହେବେ ସାନିଆ। ଶୁକ୍ରବାର ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ସେସନ୍‌ରେ ସାନିଆ ଓ ବାବରଙ୍କ ମଧ୍ୟରେ କିଛି ସମୟ ଥଟ୍ଟାମଜା ଚାଲିଥିଲା। ଏହି ଭାଉଜ-ଦିଅର ଆଳାପ ବେଳେ ବାବରଙ୍କୁ ସାନିଆ ମାରି ଦେବାର ଧମକ ଦେଇଥିଲେ।

ବାବରଙ୍କୁ ସୋଏବ ପଚାରିଥିଲେ, ତୁମର ‌ପସନ୍ଦର ଭାଉଜ କିଏ। ଏହାର ଉତ୍ତରରେ ବାବର ନିଜ ପସନ୍ଦର ଭାଉଜ ଭାବେ ସାନିଆଙ୍କ ବଦଳରେ ପୂର୍ବତନ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ପତ୍ନୀ ଖୁସବକ୍ତଙ୍କୁ କହିଥିଲେ। ଏହି ଉତ୍ତର ଲାଗି ବାବରଙ୍କ ଉପରେ ସାନିଆ ରାଗିକି ଖପ୍ପା ହୋଇଥିଲା ବେଳେ ‘ମୁଁ ତୁମକୁ ମାରିଦେବି’ ବୋଲି କହିଥିଲେ। ଖାଲି ସାନିଆ ନୁହେଁ ପାକିସ୍ତାନ କ୍ରିକେଟର୍‌ ଆଝାର ମେହମୁଦଙ୍କ ପତ୍ନୀ ଏବା କ୍ବାରିସିଙ୍କୁ ପସନ୍ଦର ଭାବି ବୋଲି ବାବର ବାଛି ନଥିବାରୁ ‘ମାର୍‌ଡାଲୋଙ୍ଗି’ ବୋଲି ସେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ‘ଅତି ସୁନ୍ଦର ଧନ୍ୟବାଦ। ତୁମେ ଅନ୍ୟକାହାକୁ ନିମନ୍ତ୍ରଣ କରି ନଥିବାରୁ’ ବୋଲି କ୍ବାରେସି କହିଥିଲେ।

ସମ୍ବନ୍ଧିତ ଖବର