ଓଷ୍ଟ୍ରାଭା (ଚେକ୍ ଗଣରାଜ୍ୟ): ଭାରତୀୟ ମହିଳା ତାରକା ସାନିଆ ମିର୍ଜା ଚଳିତ ଋତୁରେ ନିଜର ପ୍ରଥମ ଟ୍ରଫି ହାସଲ ସମ୍ଭାବନା ସୃଷ୍ଟି କରିଛନ୍ତି। ଚୀନ୍ର ସୁଆଇ ଝାଙ୍ଗ୍ଙ୍କୁ ସାଥୀ କରି ଖେଳୁଥିବା ସାନିଆ ଏଠାରେ ଚାଲିଥିବା ଓଷ୍ଟ୍ରାଭା ଓପନ୍ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଛନ୍ତି। ଏହି ଅଣମାନ୍ୟତା ଭାରତ-ଚୀନ୍ ଯୋଡ଼ି ଶନିବାର ସେମିଫାଇନାଲ୍ରେ ୧ ଘଣ୍ଟା ୨୧ ମିନିଟ୍ ଲଢ଼ିବା ପରେ ଜାପାନୀ ଯୋଡ଼ି ମାକୋଟୋ ନୋନୋମିୟା ଓ ଈରି ହୋଜୁମିଙ୍କ ସିଧାସଳଖ ୬-୨ ଓ ୭-୫ ସେଟ୍ରେ ପରାସ୍ତ କରିଥିଲେ। ଏହା ମଧ୍ୟ ଚଳିତ ଋତୁରେ ସାନିଆଙ୍କ ଦ୍ବିତୀୟ ଫାଇନାଲ୍ ପ୍ରବେଶ। କ୍ରିଷ୍ଟିନା ମ୍ୟାକ୍ହେଲ୍ଙ୍କୁ ସାଥୀ କରି ସାନିଆ ଗତମାସରେ କ୍ଲେଭ୍ଲ୍ୟାଣ୍ଡ୍ ପ୍ରତିଯୋଗିତାରେ ଉପବିଜୟିନୀ ହୋଇଥିଲେ।
ଓଷ୍ଟ୍ରାଭା ଓପନ୍ ଫାଇନାଲ୍ରେ ସାନିଆ
/sambad/media/post_attachments/wp-content/uploads/2021/09/fshsfhsfh465465.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)