ମିଶ୍ରିତ ଯୁଗଳ ତୃତୀୟ ରାଉଣ୍ଡରେ ସାନିଆ

ଲଣ୍ଡନ : ମହିଳା ଯୁଗଳରେ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିବାରେ ବିଫଳ ହୋଇଥିବା ଭାରତୀୟ ମହିଳା ‌ଟେନିସ ତାରକା ସାନିଆ ମିର୍ଜା ଶୁକ୍ରବାର ମିଶ୍ରିତ ଯୁଗଳ ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ଷଷ୍ଠ ମାନ୍ୟତାପ୍ରାପ୍ତ ସାନିଆ ଓ ତାଙ୍କ କ୍ରୋଏସିଆ ସାଥୀ ୬-୪, ୩-୬, ୭-୬ (୧୦/୩) ସେଟ୍‌ରେ ଜର୍ଜିୟାର ନାତିଲା ଜାଲାମିଜ୍‌ ଓ ସ୍ପେନ୍‌ର ଡେଭିଡ ଭେଗା ହର୍ଣ୍ଣାନ୍ଦେଜଙ୍କୁ ହରାଇଥିଲେ। ସାନିଆ ବିଭିନ୍ନ ସାଥୀଙ୍କ ସହ ୩ ମିଶ୍ରିତ ଯୁଗଳ ଗ୍ରାଣ୍ଡ ସ୍ଲାମ ମୁକୁଟ କରାୟତ୍ତ କରିଛନ୍ତି।

ସମ୍ବନ୍ଧିତ ଖବର