ହାଇଦ୍ରାବାଦ : ସାନିଆ ମିର୍ଜା ଯେ ଜଣେ ଷ୍ଟାଇଲ୍ ଆଇକନ୍ ଏଥିରେ କୌଣସି ପ୍ରଶ୍ନବାଚୀ ନାହିଁ। ଆଜିକୁ ଠିକ୍ ୪ ମାସ ପରେ ଅର୍ଥାତ୍ ନଭେମ୍ବର ୧୫ ତାରିଖରେ ୩୪ ବର୍ଷ ପୂରଣ କରିବାକୁ ଯାଉଥିବା ଏହି ଭାରତୀୟ ଟେନିସ୍ ତାରକାଙ୍କୁ ମାତୃତ୍ବ ଲାଭ ଅଧିକ ସୁନ୍ଦର କରିଦେଇଛି। ୬ ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ଏହି ଗର୍ବିତ ତାରକା କସ୍ମୋପୋଲିଟାନ୍ ମାଗାଜିନ୍ ପାଇଁ ଦେଇଥିବା ଏକ ଫଟୋସୁଟ୍ରେ ପରୀ ଭଳି ଦେଖାଯାଉଛନ୍ତି। ଏକ ରଙ୍ଗିନ ଫୁଲପକା ଓଭର କୋଟ୍ ସାଙ୍ଗକୁ ଏକ ଗ୍ରେ ଟପ୍ ଏବଂ ଏକ ହଳ ନୀଳ ଧୋତି ପ୍ୟାଣ୍ଟ୍ ପରିଧାନ କରିଥିବା ସାନିଆ ପୂରା ପରୀ ଭଳି ଲାଗୁଛନ୍ତି। ସେ ମଧ୍ୟ ଏହି ଫେଟୋସୁଟ୍ ବେଳେ ଆବଶ୍ୟକ ମେକ୍ଅପ୍ ନେଇଥିଲା ବେଳେ ହଳେ କାନଫୁଲ ପିନ୍ଧି ନିଜ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛନ୍ତି। ଏହି ପରୀ ବେଶକୁ ସାନିଆ ଇନ୍ଷ୍ଟାପିକ୍ରେ ପୋଷ୍ଟ୍ କରି ‘‘ଟିକିଏ ରଙ୍ଗ କେବେ ବି କାହାକୁ ଆଘାତ ପହଞ୍ଚାଏନି’’ ବୋଲି ତା’ର କ୍ୟାପ୍ସନ୍ ଲେଖିଛନ୍ତି। କସ୍ମୋଙ୍କ ‘ଆତ୍ମ-ପ୍ରେମ’ ପ୍ରସଙ୍ଗ ପାଇଁ ସାନିଆଙ୍କ ଏଭଳି ରୂପକୁ ପାଖାପାଖି ୧୪୮୦୦୦ ଲାଇକ୍ ମିଳିସାରିଲାଣି। ‘ଆତ୍ମ-ପ୍ରେମ’ର ଅର୍ଥ ବୁଝାଇବାକୁ ଯାଇ ସାନିଆ କହିଛନ୍ତି, ମୋ ଦ୍ବାରା ଏକ କପ୍ ଚା’ ପିଇବା ଭଳି ଛୋଟିଆ କଥାରେ କୃତଜ୍ଞତା ଜଣାଇବା।
ପରୀ ରୂପରେ ସାନିଆ
/sambad/media/post_attachments/wp-content/uploads/2020/07/sania.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)