ସାନିଆ ଆହତ; ଅସ୍ତ୍ରୋପଚାରକୁ ଅପେକ୍ଷା

ମୁମ୍ବାଇ: ଭାରତୀୟ ଟେନିସ୍‌ ଲଳନା ସାନିଆ ମିର୍ଜା ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ସମସ୍ୟା ଦେଖାଦେଇଛି। ତେବେ ଆଣ୍ଠୁରେ କେବେ ଅସ୍ତ୍ରୋପଚାର କରିବେ ସେନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଚଳିତ ବର୍ଷ ଆଣ୍ଠୁଜନିତ ସମସ୍ୟା ସତ୍ତ୍ୱେ ଖେଳିବା କଷ୍ଟକର ଥିଲା। ଏବେ ଯନ୍ତ୍ରଣା ଅଧିକ ଜଣାପଡୁଛି। ଫଳରେ ପ୍ରାୟ ଦୁଇ ସପ୍ତାହ ଟେନିସ୍‌ କୋର୍ଟରୁ ଦୂରେଇ ରହିବି। ଆଉ ବିଶ୍ରାମ ମଧ୍ୟରେ ଅସ୍ତ୍ରୋପଚାରର ଆବଶ୍ୟକତା ଅଛି କି ନାହିଁ ଜାଣିବାକୁ ଚେଷ୍ଟା କରିବି ବୋଲି ସାନିଆ କହିଛନ୍ତି। ତେବେ ବି ୨୦୧୭ ବର୍ଷରେ ପ୍ରଦର୍ଶନକୁ ନେଇ ମୁଁ ଖୁବ୍‌ ଖୁସୀ ବୋଲି ସେ କହିଛନ୍ତି। ଦେଶର ଶ୍ରେଷ୍ଠ ମହିଳା ଯୁଗଳ ଖେଳାଳି ଭାବେ ବିଶ୍ୱର ଶୀର୍ଷ ମାନ୍ୟତାରୁ ବର୍ଷ ଆରମ୍ଭ କରିଥିବା ସାନିଆ ନବମ ସ୍ଥାନରେ ବର୍ଷ ଶେଷ କରିଛନ୍ତି। ଏହାସତ୍ତ୍ୱେ ଶୀର୍ଷ-୧୦ ମଧ୍ୟରେ ରହିଥିବାରୁ ସନ୍ତୁଷ୍ଟ ଅଛନ୍ତି ସାନିଆ। ଅନ୍ୟପକ୍ଷରେ ଯୁବ ତାରକା ରାମକୁମାର ରାମନାଥନ୍‌ଙ୍କ ପାଇଁ ଶୀର୍ଷ-୧୦ ମାନ୍ୟତା ମଧ୍ୟକୁ ପହଞ୍ଚିବାର ସୁଯୋଗ ରହିଛି ବୋଲି କହିଛନ୍ତି ଭାରତର ଅଣଖେଳାଳି ଅଧିନାୟକ ମହେଶ ଭୂପତି ଜୋର୍‌ ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର