ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଜୁଲାଇ ୨୧ ତାରିଖରେ ସାନିଆ ମିର୍ଜା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି।
ଯେଉଁଥିରେ ସାନିଆ ମିର୍ଜା ତାଙ୍କ ସାଙ୍ଗମାନଙ୍କ ସହିତ ବହୁତ ଖୁସି ଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ସାନିଆଙ୍କ ସହିତ ଜଣେ ପୁରୁଷ ଥିବା ଦେଖିବାକୁ ମିଳୁଛି। ଯାହାଙ୍କ ନାମ ପରିକ୍ଷିତ ବଲୋଚି ବୋଲି ଜଣାପଡ଼ିଛି। ଏହି ପୁରୁଷ ଜଣକଙ୍କୁ ପୂର୍ବରୁ ବି ସାନିଆଙ୍କ ସହିତ ଏକାଠି ଦେଖିବାକୁ ମିଳିଛି। ପରିକ୍ଷିତ ଜଣେ ଭଲ ବନ୍ଧୁ ବୋଲି ନିକଟରେ ସାନିଆ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି।
ଏହି ପୋଷ୍ଟ ଦେଖିବା ପରେ ସାନିଆ ମିର୍ଜାଙ୍କ ପ୍ରଶଂସକମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସାନିଆଙ୍କ ଚେହେରାରୁ ହସ କେଉଁଆଡେ ଉଭେଇ ଯାଇଥିଲା। ଦୀର୍ଘଦିନ ପରେ ସାନିଆଙ୍କ ଚେହେରାରେ ପୁଣି ହସ ଫେରିଛି।’
View this post on Instagram
ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସହିତ ଛାଡପତ୍ର ପରେ ସାନିଆ ମିର୍ଜା ସୋସିଆଲ ମିଡିଆରେ ସକ୍ରିୟ ହୋଇ ଯାଇଥିଲେ। ଯାହାକି ପୂର୍ବରୁ ନଥିଲେ। ସାନିଆ ଏବେ ଅଧିକରୁ ଅଧିକ ସମୟ ତାଙ୍କ ପୁଅ ସହିତ ବିତାଉବା ବେଳେ ପଛକଥାକୁ ଭୁଲି ଧୀରେଧୀରେ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି।
ସାନିଆଙ୍କ ସହିତ ଛାଡପତ୍ର ପରେ ଶୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହା ହେଉଛି ତାଙ୍କର ତୃତୀୟ ବିବାହ ।