ନୂଆଦିଲ୍ଲୀ: ଗତ କିଛି ଦଶନ୍ଧି ମଧ୍ୟରେ ଦେଶ ଟେନିସ୍ ତାରକା ସାନିଆ ମିର୍ଜା ଏବଂ କ୍ରିକେଟର୍ ମହମ୍ମଦ ସାମିଙ୍କୁ ଦୁଇ ସଫଳ କ୍ରୀଡ଼ାବିତ୍ ଭାବେ ଦେଖିଛି। ସାନିଆ ଭାରତର ସର୍ବଶ୍ରେଷ୍ଠ ମହିଳା ଟେନିସ୍ ଖେଳାଳି ହୋଇଥିବା ବେଳେ ସାମି ଚାମ୍ପିଅନ୍ ପେସ୍ ବୋଲର। ସେ ଦିନିକିଆ ବିଶ୍ୱକପ୍-୨୦୨୩ରେ ତାଙ୍କର ଦୃଢ଼ ପ୍ରଦର୍ଶନ ସହିତ ଭାରତୀୟ କ୍ରିକେଟ୍ ଦଳକୁ ଫାଇନାଲରେ ପ୍ରବେଶ କରାଇଥିଲେ। ନିକଟରେ ସାନିଆ ମିର୍ଜା ଏବଂ ମହମ୍ମଦ ଶାମି ବିବାହ କରିବାକୁ ଯାଉଛନ୍ତି ବୋଲି ଏକ ଗୁଜବ ପ୍ରଚାର ଆରମ୍ଭ ହୋଇଥିଲା। ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ସାନିଆଙ୍କ ବାପା।
ସାନିଆ ଏବଂ ପାକିସ୍ତାନ କ୍ରିକେଟ୍ ତାରକା ଶୋଏବ ମଲିକ ପୂର୍ବରୁ ବିବାହ କରିଥିବା ବେଳେ ଚଳିତବର୍ଷ ଆରମ୍ଭରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଛି। ସାମି ମଧ୍ୟ ତାଙ୍କ ପତ୍ନୀ ହସିନ ଜହାଁଙ୍କଠାରୁ ଅଲଗା ହୋଇଛନ୍ତି।
ତେବେ ବିବାହ ଗୁଜବର କୌଣସି ସତ୍ୟତା ନାହିଁ ବୋଲି ସାନିଆ ମିର୍ଜାଙ୍କ ପିତା ଇମ୍ରାନ ଏନଡିଟିଭିକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, "ଏହା ସବୁ ଅଳିଆ। ସାନିଆ, ସାମିଙ୍କୁ ଭେଟି ବି ନାହାଁନ୍ତି।"
ଭାରତୀୟ ଟେନିସ୍ ଆଇକନ୍ ସାନିଆ ମିର୍ଜା ନିକଟରେ କ୍ରିକେଟର ସ୍ୱାମୀ ସୋଏବ ମଲିକଙ୍କଠାରୁ ଅଲଗା ହେବାର ପ୍ରାୟ ୫ ମାସ ପରେ ହଜ୍ ପାଇଁ ଏକ ପବିତ୍ର ଯାତ୍ରା ଆରମ୍ଭ କରିଥିଲେ। ପ୍ରଫେସନାଲ ଟେନିସରୁ ଅବସର ନେଇଥିବା ସାନିଆ, ସଦ୍ୟତମ ଫ୍ରେଞ୍ଚ ଓପନ୍ ୨୦୨୪ ପାଇଁ ଭାବରେ କାର୍ଯ୍ୟ କରୁଥିଲେ। ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ୍ କରି ଲେଖିଥିଲେ ଯେ 'ପରିବର୍ତ୍ତନଶୀଳ ଅଭିଜ୍ଞତା' ପାଇଁ ପ୍ରସ୍ତୁତ ହେଉଛନ୍ତି। ଯାହାକି ସେ ଜଣେ ଭଲ ମଣିଷ ଭାବରେ ଫେରିବାକୁ ଆଶା କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/8a124081-8295-4d1a-8596-ba9188e60fe6.jpg)