ନୂଆଦିଲ୍ଲୀ : ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନ କ୍ରିକେଟର ସୋଏବ୍ ମଲ୍ଲିକ୍ଙ୍କୁ ବିବାହ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବରରେ ମା’ ବନିଥିଲେ । ଶିଶୁ ପୁତ୍ରର ମା’ ହେବା ପରେ ଉଭୟ ସୋଏବ୍ ଏବଂ ସାନିଆ ଏହି ଖୁସି ଖବରକୁ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଏହା ପରଠାରୁ ସାନିଆ ଏବଂ ସୋଏବ୍ କେହି ନିଜ ପୁଅ ଇଜ୍ହାନ୍ ମିର୍ଜା ମଲ୍ଲିକ୍ଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ନଥିଲେ । ସାଧାରଣତଃ ସେଲିବ୍ରିଟିମାନେ ନିଜ ନିଜ ପୁଅ-ଝିଅମାନଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ସାନିଆଙ୍କୁ ଏଭଳି କରିବା ପସନ୍ଦ ନୁହେଁ ବୋଲି ଜଣାପଡ଼ିଛି । ତାଙ୍କ ମନରେ ଥିବା ଅନ୍ଧବିଶ୍ୱାସ ତାଙ୍କୁ ଏପରି କରିବା ପାଇଁ ରୋକୁଥିବା ସେ କହିଛନ୍ତି ।
/sambad/media/post_attachments/wp-content/uploads/2018/12/download-2-21.jpg)
ଏକ ଇଂରାଜୀ ପୋର୍ଟାଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ ମୋ ପୁଅର ଫଟୋ କ’ଣ ପାଇଁ ସେୟାର କରୁ ନାହିଁ,ତା’ ପଛର କାରଣ ଜାଣିବା ପରେ ଆପଣ ମୋତେ ଅନ୍ଧବିଶ୍ୱାସୀ କହିବେ । କିନ୍ତୁ ଏହା ସତ କି, ମୋ ପୁଅ ଉପରେ ନଜର ଲାଗିଯିବା ଡ଼ରରେ ମୁଁ ତା’ର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରୁ ନାହିଁ । ପୁଅ ଜନ୍ମ ହେବା ପରେ ମୁଁ ଏବଂ ସୋଏବ୍ ଦୁହେଁ ଫଟୋ ସେୟାର ନ କରିବାର ନିଷ୍ପତ୍ତିି ନେଇଥିଲୁ ।