ହାଇଦ୍ରାବାଦ : (ରବିବାର) ଭାରତୀୟ ଟେନିସ୍ ଲଳନା ସାନିଆ ମିର୍ଜା ତାଙ୍କ କ୍ରିକେଟର୍ ପତି ପାକିସ୍ତାନର ସୋଏବ୍ ମଲ୍ଲିକଙ୍କ ସହ ଦଶମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏଭଳି ସ୍ବତନ୍ତ୍ର ଦିନରେ ପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସାନିଆ ଏକ ନିଆରା ବାଟ ବାଛିଛନ୍ତି। ସାଧାରଣ ବାର୍ଷିକୀ ପୋଷ୍ଟ ଭଳି ସୋଏବ୍ଙ୍କ ସହ ତାଙ୍କର କିଛି ଫଟୋ ଛାଡ଼ି ‘‘ଶୁଭ ବିବାହ ବାର୍ଷିକୀ’ ବୋଲି ଲେଖିଛନ୍ତି। ଏହାକୁ ମଧ୍ୟ ତାଙ୍କର ଅସଂଖ୍ୟ ପ୍ରଶଂସକ ଅନୁସରଣ କରିଛନ୍ତି। ଗୋଟିଏ ଫଟୋ ତଳେ ସେ ‘‘ଆଶା ବନାମ ବାସ୍ତବତା’’ ବୋଲି ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଉଭୟ ସାନିଆ ଓ ସୋଏବ୍ ୨୦୧୦ରେ ହାଇଦ୍ରାବାଦରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୮ରେ ପୁ୍ର ଇଜ୍ହାନ୍କୁ ଜନ୍ମ ଦେବା ପରେ ସାନିଆ ଚଳିତ ବର୍ଷ ଜାନୁଆରିରେ ଟେନିସ୍ କୋର୍ଟକୁ ଫେରିଥିଲେ।
ସୋଏବ୍ଙ୍କୁ ସାନିଆଙ୍କ ବିବାହ ବାର୍ଷିକୀ ବାର୍ତା : ‘‘ଆଶା ବନାମ ବାସ୍ତବତା’’
/sambad/media/post_attachments/wp-content/uploads/2020/04/sa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)