ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ଠାରୁ ଛାଡପତ୍ର ପରେ ପୂର୍ବତନ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ତାଙ୍କ ନୂଆ ଜୀବନରେ ବ୍ୟସ୍ତ ଅଛନ୍ତି। ସମୟସମୟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କ ଫ୍ୟାନମାନଙ୍କ ସହିତ ସୋସିଆଲ ମିଡିଆରେ ଭିଡିଓ ଓ ପୋଷ୍ଟ ସେୟାର କରିଥାଆନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ତାଙ୍କ ସାନ ଭଉଣୀ ଅନମଙ୍କ ସହ ଖୁବ ଘନିଷ୍ଠ ସମ୍ପର୍କ ଅଛି। ଦୁହେଁ ପ୍ରାୟତଃ ଏକାଠି ସମୟ ଅତିବାହିତ କରୁଥିବା କରୁଥିବା ଦେଖିବାକୁ ମିଳିଥାଏ।
ନିକଟରେ ଅନମ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳୁଛି।
ଅର୍ଥାତ ଦୁଇଭଉଣୀ ସାନିଆ ଓ ଅନମ କାନ ଫୁଟାଇବା ପାଇଁ ଯାଇଛନ୍ତି। ସାନଭଉଣୀ କାନଫୁଟାଇବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ଦେଖି ସହି ପାରି ନଥିଲେ ବଡ଼ ଭଉଣୀ ସାନିଆ। ସେ ସଙ୍ଗେସଙ୍ଗେ ଅନମଙ୍କ ପାଖକୁ ଚାଲି ଆସି ତାଙ୍କ ହାତଧରି ଧୌର୍ଯ୍ୟ ଧରିବାକୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/24/OVbfj4zH9Evi9YVT6mIw.jpg)