ହାଇଦ୍ରାବାଦ: ପାକିସ୍ତାନୀ କ୍ରିକେଟର୍ ସୋଏବ ମଲ୍ଲିକଙ୍କୁ ବିବାହ କରିଥିବା ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଦୀର୍ଘ ଦିନ ପରେ ଏକ ଗୋପନ କଥା ଖୋଲିଛନ୍ତି। ସଂସାର ଆରମ୍ଭ କରିବା ଦିନରୁ ସେମାନେ ପିଲାର ସାଙ୍ଗିଆକୁ ‘ମିର୍ଜା ମଲ୍ଲିକ’ ରଖିବେ ବୋଲି ସ୍ଥିର କରିଥିବା କହିଛନ୍ତି ସାନିଆ। ‘ମୁଁ ଆଜି ଏକ ଗୋପନ କଥା କହିବି। ମୋ ସ୍ୱାମୀ ଏବଂ ମୋ ମଧ୍ୟରେ ଏ କଥା ହୋଇଛି ଯେ ଯେବେ ଆମ ପିଲା ହେବ ତା’ର ସାଙ୍ଗିଆ କେବଳ ମଲ୍ଲିକ ପରିବର୍ତେ ମିର୍ଜା ମଲ୍ଲିକ ରଖାଯିବ। ଏହି ନିଷ୍ପତି ଆମେ ନେଇ ସାରିଛୁ। ବାସ୍ତବରେ ସୋଏବ କନ୍ୟା ସନ୍ତାନ ଚାହୁଁଛନ୍ତି ବୋଲି ମଧ୍ୟ ସାନିଆ ପ୍ରକାଶ କରିଥିଲେ। ଗୋଆ ମହୋତ୍ସବ ଅବସରରେ ଆୟୋଜିତ ‘ଜେଣ୍ଡର୍ ବାଏସ’ ଶୀର୍ଷକ ଏକ ଆଲୋଚନାରେ ଭାଗ ନେବାବେଳେ ସାନିଆ ଏହି ଘୋଷଣା କରିଛନ୍ତି। ଲିଙ୍ଗଗତ ପ୍ରଭେଦ ସମ୍ପର୍କରେ ସାନିଆ ନିଜ ଅଭିଜ୍ଞତାରୁ କହିଥିଲେ, ମୋ ବାପାଙ୍କୁ ତାଙ୍କର ସମ୍ପର୍କୀୟମାନେ କହୁଥିଲେ ପୁଅ ହେଲେ ପରିବାରର ନାମକୁ ଆଗକୁ ନେବ। କିନ୍ତୁ ଆମେ ଦୁଇ ଭଉଣୀ ଥିଲେ ମଧ୍ୟ କେବେ ବି ଭାଇଟିଏ ଆଶା କରିନାହୁଁ। ଝିଅ ସବୁବେଳେ ଝିଅ, ପରିବାର ନାମକୁ ଆଗକୁ ନେବା ଲାଗି ପୁଅର ଆବଶ୍ୟକତା ନାହିଁ ବୋଲି ୩୧ ବର୍ଷୀୟା ସାନିଆ କହିଥିଲେ। ବିବାହ ପରେ ମଧ୍ୟ ମୁଁ ମୋ ସାଙ୍ଗିଆ ପରିବର୍ତନ କରିନାହିଁ। ମୋ ନାଁ ଏବେ ମଧ୍ୟ ସାନିଆ ମିର୍ଜା ରହିଛି ଏବଂ ରହିବ। ପରିବାର ନାଁ ଆଗକୁ ଯାଇଛି। ସେହିଭଳି ଖେଳରେ ପୁରୁଷ ଓ ମହିଳାଙ୍କ ପାଉଣାକୁ ନେଇ ଅସମାନତା ରହିଛି। ମହିଳା ଖେଳାଳିଙ୍କ ପ୍ରତି ରହିଥିବା ଏଭଳି ମାନସିକତାରେ ପରିବର୍ତନ ଆବଶ୍ୟକ ବୋଲି କହିଥିଲେ ସାନିଆ। ଏବେ ପିଲାର ସାଙ୍ଗିଆ କଥା କହିବା ଦ୍ୱାରା ସାନିଆ ଖୁବ୍ ଶୀଘ୍ର ନିଜ ପିଲା ପାଇଁ ଯୋଜନା କରୁଥିବା ଅଭାସ ଦେଇଛନ୍ତି। ସୂଚନାଯୋଗ୍ୟ, ନିଜର ପିଲାଦିନର ସାଥୀ ସୋହରାଜ ମିର୍ଜାଙ୍କଠାରୁ ସମ୍ପର୍କ ଛିଡ଼ାଇ ସାନିଆ ୨୦୧୦ ମସିହାରେ ସୋଏବ ମଲ୍ଲିକଙ୍କୁ ବିବାହ କରିବା ପରେ ଉଭୟଙ୍କୁ ଗଣମାଧ୍ୟମ ‘ସୋଏନିଆ’ ଆଖ୍ୟା ଦେଇଥିଲା।
ସାନିଆ ଖୋଲିଲେ ଗୋପନ କଥା
ପିଲାର ସାଙ୍ଗିଆ ରଖିବେ ‘ମିର୍ଜା ମଲ୍ଲିକ’
/sambad/media/post_attachments/wp-content/uploads/2018/04/18-Shoania.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)