ନୂଆଦିଲ୍ଲୀ: ଟେନିସ୍ ସୁନ୍ଦରୀ ସାନିଆ ମିର୍ଜା ୨୦୧୪ ମାର୍ଚ ପରେ ପ୍ରଥମ ଥର ବିଶ୍ୱ ଟେନିସ୍ ମହିଳା ଯୁଗଳ ମାନ୍ୟତାର ଶୀର୍ଷ ୧୦ରୁ ବାଦ୍ ପଡ଼ିଛନ୍ତି। ଦିଭିଜ ସରଣ ପୁରୁଷ ଯୁଗଳର ଶୀର୍ଷ ୫୦ରେ ପ୍ରବେଶ କରିଛନ୍ତି। ବାମହାତୀ ଦିଭିଜ ଗତ ୩ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଥିଲେ। ସେଥିମଧ୍ୟରୁ ଏଟିପି ୨୫୦ ୟୁରୋପୀୟ ଓପନ୍ ଜିତିଥିଲା ବେଳେ ବ୍ରିଷ୍ଟ୍ ଏବଂ ତାସ୍କେଣ୍ଟ୍ ଚାଲେଞ୍ଜର୍ ଟେନିସରେ ଉପବିଜେତା ହୋଇଥିଲେ। ରୋହନ ବୋପାନ୍ନା ପଞ୍ଚଦଶ ସ୍ଥାନରେ ରହିଛନ୍ତି। ପୂରବ ରାଜା (୬୨), ଲିଆଣ୍ଡର ପେସ୍ (୭୦) ଏବଂ ଜୀବନ ନେଦୁଞ୍ଚେଝିଆନ୍ (୯୭) ଶ୍ରେଷ୍ଠ ୧୦୦ ମଧ୍ୟରେ ରହିଛନ୍ତି। ପୁରୁଷ ଏକକରେ ୟୁକି ଭାମ୍ବ୍ରି ୧୪୦, ରାମକୁମାର ରାମନାଥନ ୧୪୮, ପ୍ରଜ୍ଞେସ ଗୁଣେସ୍ୱରଣ ୨୫୫, ସୁମିତ ନାଗାଲ ୩୩୧ ଏବଂ ବାଲାଜୀ ୩୫୦ରେ ରହିଛନ୍ତି। ମହିଳା ଏକକରେ ଅଙ୍କିତା ଭାମ୍ବ୍ରି (୨୮୧) ଶୀର୍ଷ ମାନ୍ୟତା ଭାରତୀୟ ଖେଳାଳି ରହିଛନ୍ତି। ମହିଳା ଯୁଗଳରେ ସାନିଆ ୩ ସ୍ଥାନ ତଳକୁ ଖସି ଦ୍ୱାଦଶରେ ରହିଛନ୍ତି।
ସାନିଆ ଶୀର୍ଷ ୧୦ରୁ ବାଦ୍
/sambad/media/post_attachments/wp-content/uploads/2017/11/sanaimirza.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)