ରମଜାନ୍‌ ପାଳିବାକୁ ମଦିନାରେ ପହଞ୍ଚିଲେ ସାନିଆ

ନୂଆଦିଲ୍ଲୀ: ପବିତ୍ର ରମ୍‌ଜାନ୍‌ ମାସ ଆରମ୍ଭରୁ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ‌ମଙ୍ଗଳବାର ସାଉଦି ଆରବର ମଦିନାରେ ପହଞ୍ଚିଛନ୍ତି। ଏହା ଉପରେ ପୁଅ ଇଝାନ୍‌ ଓ ପରିବାର ସହ ସାନିଆ ଫେସ୍‌ବୁକ୍‌ରେ ଏକ ଫଟୋ ସେୟାର କରିଥିଲା ବେଳେ ଆଲ୍ଲା ଆମ ପ୍ରାର୍ଥନାକୁ ଗ୍ରହଣ କରିବେ ବୋଲି ଉକ୍ତ ପୋଷ୍ଟରେ ‌ଉଲ୍ଲେଖ କରିଥିଲେ। ମକ୍କାରେ ହଜ୍‌ କରିବା ପୂର୍ବରୁ କିମ୍ବା ପରେ ଶ୍ରଦ୍ଧାଳୁମାନେ ପ୍ରଥମେ ମଦିନାର ମହମ୍ମଦଙ୍କ ମସ୍‌ଜିଦ୍‌ରେ ପ୍ରାର୍ଥନା କରିବାକୁ ଆସିଥା’ନ୍ତି। ସୂଚନାଯୋଗ୍ୟ, ସାନିଆ ଗତ ମାସରେ ଟେନିସ୍‌ରୁ ଅବସର ନେଇଥିଲା ବେଳେ ଦୁବାଇ ଓପନ୍‌ ଚାମ୍ପିଅନ୍‌ସିପ୍‌ ତାଙ୍କର ଶେଷ ଆନ୍ତର୍ଜାତିକ ପ୍ରତିଯୋଗିତା ଥିଲା।

ସମ୍ବନ୍ଧିତ ଖବର