ହାଇଦ୍ରାବାଦ: କରୋନା ମହାମାରୀ ଭୂତାଣୁର କାୟା ବିସ୍ତାରକୁ ନେଇ ଛାନିଆ ହୋଇଛନ୍ତି ଟେନିସ୍ ତାରକା ସାନିଆ ମିର୍ଜା। କହିଛନ୍ତି 'ଏହା ନିଆଁ ଭଳି ମାଡି ଚାଲିଛି, ଆମେ ସମସ୍ତେ ଡରିଯାଇଛୁ ଓ ଛାନିଆ'। ବାସ୍ତବ ଭୟାବହତାକୁ ବୁଝିବା ଲାଗି ଆମକୁ ଟିକିଏ ଡେରି ହୋଇଯାଇଥିଲା। ମାର୍ଚ ୮ ତାରିଖରେ ମୁଁ ଦୁବାଇରୁ ଇଣ୍ଡିଆନ୍ ୱେଲ୍ସ ଗସ୍ତ କରିଥିଲି। ଦୀର୍ଘ ୨୦ ଘଣ୍ଟାର ଯାତ୍ରା। ସେଠାରେ ପହଞ୍ଚିବାର ଘଣ୍ଟାକ ପରେ ପିଏନ୍ବି ପରିବାସ ଇଣ୍ଡିଆନ୍ ୱେଲ୍ସ ପ୍ରତିଯୋଗିତା ବାତିଲ ଘୋଷଣା ହୋଇଥିଲା। କରୋନା ପ୍ରଭାବକୁ ମୁଁ ସେତେବେଳେ ହିଁ ଅନୁଭବ କରିଥିଲି। ଏସିଆରେ ଏହାର ପ୍ରଭାବ କମ ଥିବାରୁ ବୋଧେ ଏହାକୁ ପ୍ରଥମରୁ ଗୁରୁତ୍ବ ଦେଇନଥିଲୁ। ଏବେ ଏହା ନିଆଁ ଭଳି ମାଡିଯାଉଛି, ଆମେ ସମସ୍ତେ ଡରିଯାଇଛୁ ଏବଂ ଛାନିଆ ବୋଲି ସାନିଆ ପ୍ରକାଶ କରିଛନ୍ତି। ଇଣ୍ଡିଆନ୍ ୱେଲ୍ସରୁ ମୁଁ ଡାଡ୍ (ଇମ୍ରାନ ମୀର୍ଜା)ଙ୍କ ସହ ହାଇଦ୍ରାବାଦ ଫେରି ଆସିଥିଲି। ଭଲରେ ଫେରି ଆସିବାର ଅଭିଜ୍ଞତା ବି ପାଇଛି। ଆମକୁ ଗୋଟିଏ ଦିନ ଆଗରୁ ଆସିବାର ଥିଲା। ୫ ମିନିଟ୍ ପୂର୍ବରୁ ଖବର ଆସିଲା ବିମାନ ଇଂଜିନରେ ଅସୁବିଧା କାରଣରୁ ଏହା ବିଳମ୍ବ ହେବ। ବିମାନ ବାତିଲ ହେଲା ଏବଂ ପରବର୍ତୀ ଦିନ ଆସିବାକୁ ପଡିଲା। ହାଇଦ୍ରାବାଦ ବିମାନବନ୍ଦରରେ ଗସ୍ତର ବିବରଣୀ ଦେଲୁ ଏବଂ ସାଧାରଣ ପରୀକ୍ଷା ପ୍ରକ୍ରିୟାର ସମ୍ମୁଖୀନ ହୋଇଥିଲୁ। ଏହା ପରେ ଡାଡ ଓ ମୁଁ ନିଜ ନିଜକୁ ସ୍ବେଛାକୃତ ସଙ୍ଗରୋଧରେ ରଖିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲୁ। ପ୍ରଥମେ ମୁଁ ଏହା କରିବା ବାଧ୍ୟତାମୂଳକ ନୁହେଁ ବୋଲି ଭାବିଥିଲି, ଏବେ କିନ୍ତୁ ଅନୁସରଣ କରିଥିବାରୁ ଖୁସି ଲାଗୁଛି' ବୋଲି ସାନିଆ ପ୍ରକାଶ କରିଥିଲେ। ବିରତି ସମୟ ବିତାଇବାକୁ ନେଟ୍ଫ୍ଲିକ୍ସ ଓ ମୁଭି ଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେବି। ସତ କହିବାକୁ ଗଲେ ମୁଁ ଏବେ ଟେନିସ୍ ଆଡକୁ ଧ୍ୟାନ ଦେଉନାହିଁ। ପ୍ରତ୍ୟେକ ଦିନ ଫିଟ୍ନେସ୍ ଉପରେ ଧ୍ୟାନ ରଖୁଛି। ଘରେ ମୋର ଟେନିସ୍ କୋର୍ଟ ଥିବାରୁ ଯେତେବେଳେ ଚାହିଁବି ଟେନିସ୍ ଅଭ୍ୟାସ ଆରମ୍ଭ କରିଦେବି। ପ୍ରଥମେ ସୁରକ୍ଷିତ ଏବଂ ସୁସ୍ଥ ରହିବାର ଗୁରୁତ୍ବ ଆସିଛି। ଏଭଳି ପରିସ୍ଥିତି ବଦଳିଯିବ ଓ ଆସନ୍ତା ବର୍ଷ ଅଲିମ୍ପିକ୍ସରେ ଖେଳିବା ଆଶା କରିବି ବୋଲି ସାନିଆ କହିଥିଲେ।
ନିଆଁ ଭଳି ବ୍ୟାପୁଛି, ଆମେ ସମସ୍ତେ ଛାନିଆ: ସାନିଆ
/sambad/media/post_attachments/wp-content/uploads/2019/02/Pakistan-bahu-sania-out-as-ambassaod.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)