ଇଝାନଙ୍କୁ ସାନିଆ-ସୋଏବଙ୍କ ଶୁ‌ଭେଚ୍ଛା ‘ତୁମେ ଆମ ଦୁନିଆ ଆଲୋକିତ କରିଛ’

ଦୁବାଇ: ଶୁକ୍ରବାର ଥିଲା ଭାରତୀୟ ଟେନିସ୍ ସୁନ୍ଦରୀ ସାନିଆ‌ ମିର୍ଜା ଓ ତାଙ୍କ ପାକିସ୍ତାନୀ କ୍ରିକେଟର ପତି ସୋଏବ ମଲ୍ଲିକଙ୍କ ପୁଅ ଇଝାନ ମିର୍ଜା ମଲ୍ଲିକଙ୍କର ଦ୍ବିତୀୟ ଜନ୍ମଦିନ। ଏହି ଅବସରରେ ଉଭୟ ସାନିଆ ଓ ସୋଏବ ତାଙ୍କୁ ନିଜ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକମନା ଜଣାଇଥିଲେ। ସାନିଆ ଲେଖିଥିଲେ, ‘‘ତୁମେ ଆମ ଦୁନିଆକୁ ଆଲୋକିତ କରିଛ’’। ସେ ମଧ୍ୟ ଇଝାନଙ୍କର ଏକ କୌତୁକିଆ ଫଟୋ ଛାଡ଼ିଥିଲେ। ତା’ ତଳେ ଏକ ଲମ୍ବା ଲେଖା ଲେଖି ସାନିଆ କହିଥିଲେ, ‘‘ଏହି କୁନି ପିଲା, ଯିଏ ମୋ ପୂରା ଦୁନିଆକୁ ଆଲୋକିତ କରିଛି, ଯିଏ ମୋ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଛି, ତାକୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। ଆମେ ତୁମକୁ ବହୁତ ଭଲ ପାଉ ପୁଅ। ତୁମେ ଆମକୁ ନିଃସର୍ତ୍ତ ଭଲ ପାଇବା, ଖୁସୀ, ହସ ଏବଂ ଗେଲ କରିବା ଦେଇ ଚାଲିଛ।’’ ଅନ୍ୟପକ୍ଷରେ ସୋଏବ ଲେଖିଥିଲେ ଯେ ମୋ ପୁଅ ସହ ମୁଁ ପୂର୍ଣ୍ଣତା ଅନୁଭବ କରୁଛି। ତୁମେ ମୋ ଛୋଟ ଦୁନିଆର ମହାରାଜା।

ସମ୍ବନ୍ଧିତ ଖବର