ସାନିଆଙ୍କ ପ୍ରସବପୂର୍ବ ଯୋଗାଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ଲଳନା ସାନିଆ ମିର୍ଜା ଆସନ୍ତା ଅକ୍ଟୋବରରେ ମା’ ହେବାକୁ ଯାଉଛନ୍ତି। ତେବେ ପ୍ରସବ ପୂର୍ବରୁ ନିଜକୁ ସୁସ୍ଥ ରଖିବା ଲାଗି ସେ ପାରମ୍ପରିକ ଭାରତୀୟ ପଦ୍ଧତି ଯୋଗକୁ ଆପଣେଇଛନ୍ତି। ଗୁରୁବାର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାନିଆ ପ୍ରସବପୂର୍ବ ଯୋଗ କରିବାର ଏକ ଫଟୋକୁ ଟ୍ଵିଟର୍‌ରେ ପ୍ରକାଶ କରିବା ସହ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧିଙ୍କୁ ଯୋଡ଼ିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ କିମ୍ବା ଅନ୍ୟ ଦିନରେ ପ୍ରସବ ପୂର୍ବ ଯୋଗ କରିବା ଗର୍ଭଧାରଣ ସମୟରେ ସୁସ୍ଥ ରହିବାର ମନ୍ତ୍ର ବୋଲି ସାନିଆ ଏହି ଫଟୋର ଶିରୋନାମାରେ ଲେଖିଥିଲେ। ସାନିଆଙ୍କୁ ପ୍ରଶଂସା କରି ମେନକା ଏହାର ଜବାବ ରଖି, ଅତି ସୁନ୍ଦର, ସାନିଆ। ଗର୍ଭ ଅବସ୍ଥାରେ ପ୍ରସବ ପୂର୍ବ ଯୋଗ କରିବା ଏକ ପ୍ରେରଣାଦାୟୀ ପଦକ୍ଷପ। ଯୋଗ ଗର୍ଭବତୀକୁ ଦୃଢ଼ ଏବଂ ଚଳଚଞ୍ଚଳ କରିଥାଏ। ସହଜ ଗର୍ଭପାତ ପାଇଁ ଏହା ବହୁତ ଉପଯୋଗୀ ବୋଲି ମେନକା କହିଥିଲେ।

ସମ୍ବନ୍ଧିତ ଖବର