ସାନିଆଙ୍କ ନୂଆ ପ୍ରଶିକ୍ଷକ ଇଜ୍‌ହାନ୍‌

ହାଇଦ୍ରାବାଦ: ଭାରତୀୟ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଏକ ଫଟୋ ଚର୍ଚ୍ଚାରେ ରହିଛି। ନିଜ ପିଅ ଇଜ୍‌ହାନ୍‌ ତାଙ୍କ ମା’ ସାନିଆଙ୍କ ପ୍ରଶିକ୍ଷକ ରୂପରେ ଆବିର୍ଭାବ ହେଉଥିବାର ଏକ ଭିଡିଓକୁ ସାନିଆଙ୍କ ପିତା ଇମ୍ରାନ୍‌ ସେୟାର କରିଛନ୍ତି। ଯେଉଁଥିରେ ୨ ବର୍ଷର ଇଜ୍‌ହାନ୍‌ ୬ ଥର ଗ୍ରାଣ୍ଡ୍‌ସ୍ଲାମ୍‌ ଯୁଗଳ ଓ ମିଶ୍ରିତ ଯୁଗଳ ବିଜୟିନୀ ସାନିଆଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଇଜ୍‌ହାନ୍‌କୁ ଦେଖିଲେ ମୁଁ ହୁଏତ ମୋର ପ୍ରଶିକ୍ଷଣ ଦାୟିତ୍ବ ହରାଇପାରେ ବୋଲି ଇମ୍ରାନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଇମ୍ରାନ୍‌ ମଧ୍ୟ ନିଜ ଝିଅ ସାନିଆ ଓ ସୋନମ୍‌ଙ୍କ ସହ ଜ୍ବାଇଁ ସୋଏବ୍‌ ଓ ଆସାଦୁଦିନ୍‌ଙ୍କୁ ଦୁବାଇରେ ଏକାଠି ହୋଇଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର