ମୁମ୍ବାଇ: ସୋମବାରର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ୫ ୱିକେଟ୍ ସଫଳତା ଲାଭ କରିଥିଲେ। ଚଳିତ ଋତୁରେ ଆଶାଜନକ ପ୍ରଦର୍ଶନ କରି ପାରିନଥିବାରୁ ସେ ମଧ୍ୟ ଏହାର ଉଗ୍ର ଉତ୍ସବ ପାଳନ କରିଥିଲେ। ପବନକୁ ମୁଥ ମାରି ନିଜ ହତାଶା ଭାବ ବି ଦୂର କରିଥିଲେ। ଦର୍ଶକ ଗ୍ୟାଲେରିରେ ବସିଥିବା ତାଙ୍କ ପତ୍ନୀ ସଂଜନା ଗଣେଶନ୍ ମଧ୍ୟ ବୁମ୍ରାଙ୍କ ଏହି ସଫଳତାକୁ ମନ ଭରି ଉପଭୋଗ କରିଥିଲେ। ଏହା ପରେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପତିଙ୍କୁ ଭୂୟସୀ ପ୍ରଶଂସା କରି ‘ମୋ ସ୍ବାମୀ ନିଆଁ ଲଗାଇଦେଲେ’ ବୋଲି ଲେଖିଥିଲେ। ହେଲେ ବୁମ୍ରାଙ୍କ ଘାତକ ବୋଲିଂ ସତ୍ତ୍ବେ ମୁମ୍ବାଇ ଇଣ୍ଡିଆନ୍ସ ଦୁର୍ଭାଗ୍ୟଜନକ ଭାବେ ଏହି ମ୍ୟାଚ୍କୁ ୫୨ ରନ୍ର ବଡ଼ ବ୍ୟବଧାନରେ ହାରି ଯାଇଥିଲା। କୋଲକାତା ନାଇଟ୍ ରାଇଡର୍ସ ୧୬୬ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ମୁମ୍ବାଇ ଘୋର ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ବୁମ୍ରାଙ୍କୁ ନିଆଁ ସହ ତୁଳନା କଲେ ସଂଜନା
/sambad/media/post_attachments/wp-content/uploads/2022/05/56d4654gd65gd465ggdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)