ନୂଆଦିଲ୍ଲୀ: କ୍ରୀଡା ଜଗତରେ ଏବେ ଏକ ଖବରକୁ ନେଇ ଖୁବ ଚର୍ଚ୍ଚା ଚାଲିଛି | କୁହାଯାଉଛି ଯେ, ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ପୁଅ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସେହି ଭାରତୀୟ କ୍ରିକେଟରଜଣକ କିଏ? ତେବେ ସେ ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବଙ୍ଗର।
ସଞ୍ଜୟ ବଙ୍ଗରଙ୍କ ପୁଅ ଆରୟନ ବଙ୍ଗର ନିକଟରେ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଛନ୍ତି। ଲିଙ୍ଗ ପରିବର୍ତ୍ତନ ପରେ ଆରୟନ ବଙ୍ଗର ତାଙ୍କ ନାମ ଅନାୟା ବଙ୍ଗର ରଖିଛନ୍ତି। ଅନାୟା ନିଜ ଇନଷ୍ଟାଗ୍ରାମରେ ଏହି ଖବର ବିଷୟରେ ପ୍ରକାଶ କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |
ପୂର୍ବତନ ଭାରତୀୟ ଅଲରାଉଣ୍ଡର ସଞ୍ଜୟ ବଙ୍ଗରଙ୍କ ପୁଅ ଆରୟନ ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ ହରମୋନ୍ ପରିବର୍ତ୍ତନ ବିଷୟରେ ଖୋଲାଖୋଲି ଭାବେ ଇନଷ୍ଟାଗ୍ରାମରେ କହିଛନ୍ତି | ସର୍ଜରୀକୁ ୧୧ମାସ ବିତି ସାରିଥିବା ବେଳେ 'ହରମୋନ୍ ରିପ୍ଲେସମେଣ୍ଟ ଥେରାପି'ର ପ୍ରଭାବ କିଭଳି ରହିଛି ତାହା ଜଣାଇଛନ୍ତି ଅନାୟା |
ସେ କହିଛନ୍ତି, "ବୃତ୍ତିଗତ ଭାବରେ କ୍ରିକେଟ୍ ଖେଳିବାର ସ୍ୱପ୍ନ ମୋ ପାଇଁ ସମସ୍ୟାରେ ପରିପୂର୍ଣ୍ଣ ଥିଲା। ସକାଳ ଓ ସନ୍ଧ୍ୟାରେ କଠିନ ପରିଶ୍ରମ କରିବା, ପଡ଼ିଆରେ ଅଭ୍ୟାସ କରିବା ଏବଂ ଅନ୍ୟମାନଙ୍କ ସମାଲୋଚନାର ସମ୍ମୁଖୀନ ହେବା, ମୋତେ ସବୁଠି ସଂଘର୍ଷ କରିବାକୁ ପଡିଥିଲା। କିନ୍ତୁ କ୍ରିକେଟ୍ ବ୍ୟତୀତ ଆଉ ଏକ ଯାତ୍ରା ଥିଲା - ନିଜର ପ୍ରକୃତ ପରିଚୟକୁ ଗ୍ରହଣ କରିବା | ଏହା ବହୁତ କଷ୍ଟକର ଥିଲା, କାରଣ ମୋତେ ନିଜକୁ ବୁଝିବା ଏବଂ ମୋର ପ୍ରକୃତ ପରିଚୟ ଗ୍ରହଣ କରିବାକୁ କଠିନ ନିଷ୍ପତ୍ତି ନେବାକୁ ପଡିଥିଲା | କିନ୍ତୁ ମୁଁ ହାର ନାମାନି ଏହା କରିଥିଲି। "
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/11/7kfgw0B9wTiGbXZJ1C3B.jpg)