କଟକ: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ବାଚନରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ ଓସିଏ ସମ୍ପାଦକ ସଂଜୟ ବେହେରା। ସେଠାରେ ସେ ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଯୋଗଦେବା ସହିତ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ। ଏନେଇ ରବିବାର ଓସିଏର ସ୍ବତନ୍ତ୍ର ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୪ ତାରିଖ ସୁଦ୍ଧା ଭୋଟରଙ୍କ ନାମ ପ୍ରଦାନ କରିବାକୁ ବିସିସିଆଇ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଓସିଏର ସ୍ବତନ୍ତ୍ର ସାଧାରଣ ବୈଠକ ଅକ୍ଟୋବର ୭ ତାରିଖରେ ହେବାର ଥିଲା। କିନ୍ତୁ ବିସିସିଆଇ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଆସିବା ପରେ ବୈଠକକୁ ରବିବାର ଆୟୋଜନ କରାଯାଇଥିଲା।
ବିସିସିଆଇ ନିର୍ବାଚନରେ ଓଡ଼ିଶାରୁ ଭୋଟ ଦେବେ ସଂଜୟ
/sambad/media/post_attachments/wp-content/uploads/2022/10/f54s654sfh645hfh65fhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)