ସଂଜୀବ ଶିଖାଇଲେ ତୀରନ୍ଦାଜୀ ମନ୍ତ୍ର

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଏକ ତୀରନ୍ଦାଜୀ ପ୍ରଶିକ୍ଷଣ ଶିବିର ଶନିବାର କିଟ୍ ବିଶ୍ବ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ‌ଏହାକୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ସଂଜୀବ କୁମାର ସିଂହ ପରିଚାଳନା କରିଥିଲେ। ଶ୍ରୀ ସିଂହ ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ତୀରନ୍ଦାଜୀର ଗୁରୁମନ୍ତ୍ର ଦେଇଥିଲେ। ଏହି ଅବସରରେ ଓଡ଼ିଶା ତୀରନ୍ଦାଜଙ୍କ ମଧ୍ୟରେ ଏକ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ହାଲ୍‌ ସୁନାବେଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଫୁଲବାଣୀ, ମାଲକାନାଗିରି ଓ କିସ୍ ଛାତ୍ରମାନେ ଶିବିରରେ ଯୋଗଦେଇଥିଲେ। କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢ଼ୀ ଅତିଥି ଭାବେ ଯୋଗଦେଇ ଶିବିର ଉଦ୍‌ଘାଟନ କରିଥିଲେ। ଓଡ଼ିଶା ତୀରନ୍ଦାଜୀ ସଂଘର ସଂପାଦକ ଶ୍ରଦ୍ଧାନନ୍ଦ ଦାସ, କିଟ୍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ, ସହକାରୀ କ୍ରୀଡ଼ା ନିର୍ଦେଶକ ସନାତନ ସାହୁ ଉତ୍ସବରେ ଉପସ୍ଥିତ ଥିଲେ। ବଛାଯାଇଥିବା ତୀରନ୍ଦାଜଙ୍କର ରବିବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଅଭିନବ ବିନ୍ଦ୍ରା ଟାର୍ଗେଟ୍ ପର୍ଫମାନ୍ସ କେନ୍ଦ୍ରରେ ପରୀକ୍ଷା କରାଯିବ। ସମସ୍ତ ତୀରନ୍ଦାଜ ରିକର୍ଭ ଏବଂ କମ୍ପାଉଣ୍ଡର ବିଜ୍ଞାନ ସମ୍ମାନ ନୀତି ନିୟମ ଶିଖିଥିଲେ।

ସମ୍ବନ୍ଧିତ ଖବର