ସଞ୍ଜିତ-ଚନ୍ଦ୍ରଲେଖା ଶ୍ରେ‌ଷ୍ଠ ଧାବକ-ଧାବିକା

ଭୁବନେଶ୍ବର: ୫୮ତମ ଜାତୀୟ ଓପନ୍‌ ଦୌଡ଼କୁଦ ପ୍ରତିଯୋଗିତା‌େର ବୁଧବାର ୧୪ ଖେଳର ଫାଇନାଲ୍‌ ଅନୁ‌‌ଷ୍ଠିତ ହୋଇଥିଲା। ଏଥିରେ ସର୍ଭିସେସ୍‌ର ସଞ୍ଜିତ ଏବଂ ତାମିଲନାଡ଼ୁର ଚନ୍ଦ୍ରଲେଖା ଯଥାକ୍ରମେ ଶ୍ରେଷ୍ଠ ଧାବକ ଏବଂ ଧାବିକା ହୋଇଛନ୍ତି। ୧୦୦ ମିଟର ପୁରୁଷ ଦୌଡ଼ରେ ସଞ୍ଜିତ ୧୦.୩୯ ସେକେଣ୍ଡ୍‌ ସମୟ ନେଇ ସ୍ବର୍ଣ୍ଣ ଜିତିଥିଲା ‌େବଳେ ରେଳବାଇର ବି ଶିବ କୁମାର (୧୦.୫୩ ସେକେଣ୍ଡ୍‌) ଦ୍ବିତୀୟ ଓ ସର୍ଭିସେସ୍‌ର ବିଦ୍ୟାସାଗର (୧୦.୫୪ ସେକେଣ୍ଡ୍‌) ତୃତୀୟ ସ୍ଥାନରେ ରହିଥିଲେ। ମହିଳା ୧୦୦ ମିଟର ଦୌଡ଼ରେ ତାମିଲନାଡ଼ୁକୁ ୧-୨ ଫିନିସ୍‌ ମିଳିଥିଲା। ଚନ୍ଦ୍ରଲେଖା (୧୧.୪୭ ସେକେଣ୍ଡ୍‌) ଓ ଅର୍ଚନା ଏସ୍‌ (୧୧.୭୧ ସେକେଣ୍ଡ୍‌) ପ୍ରଥମ ଦୁଇ ସ୍ଥାନରେ ରହି ତାମିଲନାଡ଼ୁକୁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଭେଟି ଦେଇଥିଲା ବେଳେ କର୍ଣ୍ଣାଟକର ରୀନା ଜର୍ଜ (୧୧.୭୫ ସେକେଣ୍ଡ୍‌) ତୃତୀୟରେ ରହି କାଂସ୍ୟ ପଦକ ଜିତିଥିଲେ।
ପୁରୁଷ ୨୦ କିଲୋମିଟର ଚାଲିରେ ସର୍ଭି‌େସସ୍‌ର ଗଣପତି (୧:୨୮:୩୫ ଘଣ୍ଟା) ଓ ଦେ‌େ‌ବ‌ନ୍ଦର ସିଂହ ‌ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲା ବେଳେ ହରିଆନାର ସନ୍ଦୀପ କୁମାର ରୌପ୍ୟ ପାଇଥିଲେ। ପୁରୁଷ ୧୧୦ ମିଟର ବାଧାଦୌଡ଼ରେ ତାମିଲନାଡ଼ୁର ସୁରେନ୍ଦର ଜେ (୧୩.୮୯ ସେକେଣ୍ଡ୍‌) ପ୍ରଥମ, ତେଲେଙ୍ଗାନାର ପ୍ରେମକୁମାର ଦ୍ବିତୀୟ ଓ ସର୍ଭିସେସ୍‌ର ମାୟମନ୍‌ ପୌଲସ୍‌ ତୃତୀୟରେ ରହିଥିଲେ। ମହିଳା ଲମ୍ବ ଡିଆଁରେ ରେଳବାଇର ଭି ନିନାଙ୍କୁ ସ୍ବର୍ଣ୍ଣ, ହର୍ସିନୀ ସାରାଭାନନ୍‌ଙ୍କୁ ରୌପ୍ୟ, କାର୍ତିକାଙ୍କୁ କାଂସ୍ୟ ମିଳିଥିଲା। ପୁରୁଷ ଡିସ୍‌କସ୍‌ରେ ଧର୍ମରାଜ ଯାଦବ, ଭାଜୀର ଓ ସଚିନ୍‌ ପ୍ରଥମ ତିନି ସ୍ଥାନରେ ରହିଥିଲେ। ପୁରୁଷ ୪୦୦ ମିଟର ଦୌଡ଼ରେ ନୋହ ନିର୍ମଳ ତୋମ ପ୍ରଥମ, ଅର୍ଶଦୀପ ସିଂହ ବିର୍କ ଦ୍ବିତୀୟ, ଆଲେକ୍ସ ଏ ତୃତୀୟ ସ୍ଥାନ ପାଇଥିଲେ। ମହିଳା ୪୦୦ ମିଟରରେ ଅଞ୍ଜଳି ଦେବୀ, ପ୍ରାଚୀ ଓ ଚାବି ସାରାବତୀ ପ୍ରଥମ ୩ ସ୍ଥାନରେ ରହିଥିଲେ। ପୁରୁଷ ଡେକାଥଲନ୍‌ରେ ବୁଟ୍ଟା ସିଂହ ସ୍ବର୍ଣ୍ଣ, ଅଭି‌େ‌ଷକ ‌ଏନ୍‌ ସେଟ୍ଟୀ ରୌପ୍ୟ ଓ ମହମ୍ମଦ ହାଫ୍‌ସି କାଂସ୍ୟ ପଦକ ଜିତିଥିଲେ। ୧୫୦୦ ମିଟର ପୁରୁଷରେ ଅଜୟ କୁମାର ‌ସରୋଜ, ବିଶମ୍ବର କୋଲେକର ଓ ସଜୀଶ ଜୋସେଫ୍‌ ଏବଂ ମହିଳାରେ ପିୟୁ ଚିତ୍ରା, ଶିପ୍ରା ସର୍କାର, ସୁଗନ୍ଧା କୁମାରୀ ଯଥାକ୍ରମେ ସ୍ବର୍ଣ୍ଣ, ‌େରୗପ୍ୟ ଓ କାଂସ୍ୟ ଜିତିଥିଲେ। ମହିଳା ସଟ୍‌ପୁଟ୍‌ରେ ନବଜୀତ କୌର ଧିଲନ ପ୍ରଥମ, ତୁନ୍ଦଲାଇ ନର୍ଜାରୀ ଦ୍ବିତୀୟ ଓ ଊମା ପି କାଂସ୍ୟ ଜିତିଥିଲେ।
ସର୍ବେଶ ଓ ଅଞ୍ଜଳିଙ୍କ ମିଟ୍‌ ରେକର୍ଡ
ବୁଧବାର ସର୍ଭିସେସ୍‌ର ସର୍ବେଶ ଅନିଲ କୁସାରି ନୂଆ କିର୍ତିମାନ କରିଛନ୍ତି। ସେ ଉଚ୍ଚ ଡିଆଁରେ ୨.୨୪ ମିଟର ଡେଇଁ ସ୍ବର୍ଣ୍ଣ ଜିତିବା ସହ ଭିଏସ୍‌ ଯାଦବ (୨.୨୩)ଙ୍କ ନାମରେ ଥିବା ମିଟ୍‌ ରେକର୍ଡ (ଚେନ୍ନାଇ, ୨୦୧୭) ଭା‌ଙ୍ଗିଥିଲେ। ରେଳବାଇର ସିଦ୍ଧାର୍ଥ ଯାଦବଙ୍କୁ ରୌପ୍ୟ ଏବଂ ସର୍ଭିସେସ୍‌ର ଚେତନ୍‌ ବିଙ୍କୁ କାଂସ୍ୟ ପଦକ ମିଳିଥିଲା। ‌େତଜସ୍ବିନ ଶଙ୍କର (୧.୨୯ ମିଟର)ଙ୍କ ନାମରେ ଜାତୀୟ କୀର୍ତିମାନ ରହିଛି। ସେହିଭଳି ହରିଆଣାର ଅଞ୍ଜଳି ଦେବୀ ୪୦୦ ମିଟର ମହିଳା ଦୌଡ଼ରେ ୫୧.୭ ସେକେଣ୍ଡ ସମୟ ନେଇ ପୂର୍ବତନ ଏସୀୟ କ୍ରୀଡ଼ାର ରୌପ୍ୟ ବିଜୟିନୀ କେଏମ୍‌ ବୀଣାମୋଲ (୫୧.୯୦ ସେକେଣ୍ଡ,୨୦୦୨) ନାମରେ ଥିବା ୧୬ ବର୍ଷର କୀର୍ତ୍ତିମାନକୁ ପଛରେ ପକାଇଦେଇଥିଲେ।
ପୂର୍ଣ୍ଣିମାଙ୍କୁ କାଂସ୍ୟ
ରେଳବାଇରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ୧୦୦ ମିଟର ବାଧା‌େଦୗଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ସେ ୧୪:୦୨ ସେ‌େକଣ୍ଡ୍‌ ସମୟ ନେଇ ଚତୁର୍ଥ ସ୍ଥାନରେ ରହିଥିଲେ। ଭାରତୀୟଙ୍କ ଛଡ଼ା ବିଦେଶୀଙ୍କୁ ପଦକ ମିଳିବାର ଯୋଜନା ନଥିବାରୁ ଦ୍ବିତୀୟରେ ଥିବା ଜାପାନ୍‌ର ହିତୋମି ଶିମୁରା (୧୩:୭୪) ଖାଲି ହାତରେ ରହିଥିଲେ। ଫଳରେ ଚତୁର୍ଥ ସ୍ଥାନରେ ରହିଥିବା ପୂର୍ଣ୍ଣିମା ତୃତୀୟ ଭାରତୀୟ ଭାବେ ପଦକ କରାୟତ କରିଥିଲେ। ଏଥିରେ ତାମିଲନାଡ଼ୁର ସି କାନିମୋଝି ୧୩.୭୧ ସେକେଣ୍ଡ୍‌ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଥିଲା ବେଳେ ତୃତୀୟରେ ଥିବା ତାମିଲନାଡ଼ୁର ଆର୍‌ ନିଥ୍ୟାନ୍‌ (୧୩.୯୯)ଙ୍କୁ ରୌପ୍ୟ ପଦକ ମିଳିଥିଲା।

ସମ୍ବନ୍ଧିତ ଖବର