ସଂଜିତ୍‌ ସ୍ମାରକୀ କ୍ରିକେଟ୍‌: ପୂର୍ବତଟ ରେଳବାଇ ବିଜେତା

ଚଣ୍ତିଖୋଲ/ବଡ଼ଚଣା: ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଗୁଲଜାରନଗର ପାଟଣାସ୍ଥିତ ମା’ ତାରିଣୀ କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ୫ମ ବାର୍ଷିକ ରାଜ୍ୟସ୍ତରୀୟ ସ˚ଜିତ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ (ଖୋର୍ଧା) ବିଜେତା ହୋଇଛି। ରବିବାର ଫାଇନାଲରେ ରେଳବାଇ ଦଳ କଟକର ଜୁଭେନାଇଲ୍‌ କ୍ରିକେଟ୍‌ କ୍ଲବକୁ ୭୩ ରନ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ରେଳବାଇ ଦଳ ନିର୍ଧାରିତ ୩୦ ଓଭରରେ ୯ ୱିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା। ଜବାବରେ କଟକ ଦଳ ୨୫.୫ ଓଭରରେ ୧୧୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିଜୟୀ ଦଳର ରାକେଶ ମହାନ୍ତିଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ, ସୋଲାର କ୍ଲବ୍‌ କଟକର ତାପସ ଦାସଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ବିଜୟୀ ଦଳକୁ ଟ୍ରଫି ସହ ନଗଦ ୩୦ ହଜାର ଓ ଉପ ବିଜେତାଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର