ସଂଜିତ୍‌ ସ୍ମାରକୀ କ୍ରିକେଟ୍‌:ସେମିଫାଇନାଲ୍‌ରେ ପୂର୍ବତଟ ରେଳବାଇ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍‌ ଦର୍ପଣ ପଞ୍ଚାୟତର ଗୁଲଜାର ନଗରପାଟଣା ଠାରେ ଚାଲିଥିବା ରାଜ୍ୟସ୍ତରୀୟ ସଂଜିତ୍‌ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ ସେମିଫାଇନାଲ୍‌ ପ୍ରବେଶ କରିଛି। ମଙ୍ଗଳବାର ରେଳବାଇ ଦଳ ୩ ଓ୍ଵିକେଟ୍‌ରେ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ରେଳବାଇ ଦଳ ୩୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୦୪ ରନ୍‌ କରିଥିଲା। ସହିଦ ସ୍ପୋର୍ଟି ୨୫.୩ ଓଭରରେ ୧୧୯ ରନ୍‌ କରିପାରିଥିଲା। ବିଜୟୀ ଦଳର ରାକେଶ ମହାନ୍ତି ୪୨ ରନ୍‌ କରିଥିଲା ବେଳେ ୯୧ ରନ୍‌ କରିଥିବା ପ୍ରଶାନ୍ତ ସାହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ପ୍ରଫେସର ବିନାୟକ ପଣ୍ଡା ପୁରସ୍କୃତ କରିଥିଲେ। ଦିଲୀପ କୁମାର ସାମଲ ଓ ରଣଜିତ୍‌ ମହାରଣା ଖେଳକୁ ପରିଚାଳନା କରିଥିଲେ। ଦୀପକ କୁମାର ଦାସ କାର୍ଯ୍ୟ ସଂପାଦନ କରିଥିଲେ। ବୁଧବାର ପ୍ରଥମ ସେମିଫାଇନାଲରେ ଦୁଇ ଭୁବନେଶ୍ୱର ଦଳ ରାମେଶ୍ୱର ସ୍ପୋର୍ଟିଂ ଓ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର