ସଞ୍ଜିତ ସ୍ମାରକୀ କ୍ରିକେଟ୍‌: ପାରାମାଉଣ୍ଟ୍‌ ଫାଇନାଲ୍‌ରେ

ଭୁବନେଶ୍ୱର: ଗୁଲ୍‌ଜାରନଗର ପାଟଣା (ଦର୍ପଣଗଡ଼, ଯାଜପୁର)ଠାରେ ଚାଲିଥିବା ସଞ୍ଜିତ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭୁବନେଶ୍ୱରର ପାରାମାଉଣ୍ଟ୍‌ ସ୍ପୋର୍ଟି ପହଞ୍ଚିଯାଇଛି। ଶୁକ୍ରବାର ସେମିଫାଇନାଲ୍‌ରେ ଏହି ଦଳ ଅନ୍ୟତମ ଭୁବନେଶ୍ୱର ଦଳ ରାମେଶ୍ୱର ସ୍ପୋର୍ଟିଂକୁ ୨ ଓ୍ଵିକେଟ୍‌ରେ ପରାସ୍ତ କରିଦେଇଛି।

ବିଶ୍ୱଜିତ ଭୂୟାଁଙ୍କ ୬୮ ଓ ନରେନ୍ଦ୍ର ଦାସଙ୍କ ୩୪ ରନ୍‌ ସହାୟତାରେ ରାମେଶ୍ୱର ସ୍ପୋର୍ଟି ନିର୍ଧାରିତ ୩୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୫୮ ରନ୍‌ କରିଥିଲା। ପାରାମାଉଣ୍ଟ୍‌ ପକ୍ଷରୁ ହୀତେଶ ନାୟକ ୨୨ ରନ୍‌ରେ ୪ ଓ କାର୍ତିକ ବିଶ୍ୱାଳ ୨୩ ରନ୍‌ରେ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଅଭୟ ମଲ୍ଲିକଙ୍କ ୫୦, ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ୨୯ ଓ ଦେବାଶିଷ ସାମନ୍ତରାୟଙ୍କ ୨୬ ରନ୍‌ ବଳରେ ପାରାମାଉଣ୍ଟ୍‌ ୨୮ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୬୨ ରନ୍‌ କରି ମ୍ୟାଚ୍‌ ଜିତି ଯାଇଥିଲା। ହୀତେଶଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ରାମେଶ୍ୱର ପକ୍ଷରୁ ରାକେଶ ଶର୍ମା ୩ ଓ ଲାଲୁ ମହାନ୍ତି ୨ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର