ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କୁ ଦେଢ଼ ଲକ୍ଷ ଦେଲେ କେରଳ କ୍ରିକେଟର୍ ସଞ୍ଜୁ

ଥିରୁବନ୍ତପୁରମ: କେରଳ ୱିକେଟ୍ ରକ୍ଷକ ସଞ୍ଜୁ ସାମସନ୍ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷ ଶୃଙ୍ଖଳାରୁ ରୋଜଗାର କରିଥିବା ଦେଢ଼ ଲକ୍ଷ ଟଙ୍କାକୁ ସ୍ଥାନୀୟ ଗ୍ରିନଫିଲ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଗ୍ରାଉଣ୍ଡ୍ସମ୍ୟାନଙ୍କୁ ଦାନ କରିବାକୁ ଘୋଷଣା କରିଛନ୍ତି। କେରଳରେ ବର୍ଷା ଲାଗି ରହିଥିଲେ ମଧ୍ୟ ଗ୍ରାଉଣ୍ଡ୍ସମ୍ୟାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏହି ଶୃଙ୍ଖଳା ଖେଳାଯାଇ ପାରିଥିଲା। ଏପରିକି ପାଞ୍ଚ ଟିକିଆ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ ଦୁଇ ଦିନ ଧରି ଖେଳାଯାଇଥିଲା। ଶେଷ ଦିନିକିଆରେ ସାମସନ୍ ନିଜ ଯାଦୁ ଦେଖାଇଥିଲେ। ଏହି ୨୫ ବର୍ଷୀୟ ତାରକା ୪୮ ବଲ୍‌ରୁ ୯୧ ପାଳି ଖେଳିଥିଲେ। ସୂଚନାଯୋଗ୍ୟ ଯେ ଏହି ଶୃଙ୍ଖଳା ଲାଗି ଭାରତୀୟ ଖେଳାଳିମାନେ ମ୍ୟାଚ୍ ପିଛା ୭୫ ହଜାର ଟଙ୍କା ଲେଖାଏଁ ପାଇଥିଲେ। ସାମସନ୍ ଦୁଇଟି ମ୍ୟାଚ୍ ଖେଳିଥିଲେ।

ସମ୍ବନ୍ଧିତ ଖବର