ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ତାରିଖରେ ଖେଳାଯିବ। ଏହି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳର ନୂଆ ଓପନିଂ ଯୋଡିକୁ ନେଇ ବଡ ଖୁଲାସା କରିଛନ୍ତି ସୂର୍ଯ୍ୟ। ବାଂଲାଦେଶ ବିପକ୍ଷରେ କେଉଁ ଯୋଡ଼ି ଟିମ୍ ଇଣ୍ଡିଆର ଓପନିଂ କରିବେ ତାହା ସେ କହିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମସ୍ତ ଭାରତୀୟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।
ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଟିମ୍ ଇଣ୍ଡିଆ ପାଇଁ ଓପନିଂ କରୁଥିବାର ନଜର ଆସିବେ ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି। ଏହି ଦୁଇ ଖେଳାଳି ଆଜି ପର୍ଯ୍ୟନ୍ତ ଏକାଠି ଭାରତୀୟ ଦଳ ପାଇଁ ଓପନିଂ କରିନାହାନ୍ତି। ତେବେ ବିଭିନ୍ନ ସମୟରେ ଉଭୟ ଭାରତ ପାଇଁ ଅନେକ ଓପନ କରିଛନ୍ତି। ଅଭିଷେକ ଶର୍ମାଙ୍କ ପାଇଁ ଏହା ଏକ ବଡ ମୁହୂର୍ତ୍ତ ହେବାକୁ ଯାଉଛି । ଅଭିଷେକ ଶର୍ମା ପ୍ରଥମ ଥର ପାଇଁ ଭାରତରେ ମ୍ୟାଚ୍ ଖେଳିବେ। ଭାରତୀୟ ଦଳର ଗତ ଜିମ୍ବାଓ୍ବେ ଗସ୍ତବେଳେ ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଏହାଛଡ଼ା ଆଇପିଏଲ୍ ସମୟରେ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଏଭଳି ସ୍ଥିତିରେ ପ୍ରଶଂସକମାନେ ସେମାନଙ୍କ ଠାରୁ ଅଧିକ ଆଶା ରଖିବେ।
ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଗ୍ୱାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯିବ। ଏହି ପଡ଼ିଆରେ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/pVxFQm0KSDAuU3j6OmAn.jpeg)