ଫେସ୍‌ବୁକ୍‌ରେ ନିଜ ଭଲ ପାଇବାକୁ ଜାହିର କଲେ ଷ୍ଟାର କ୍ରିକେଟର ସଞ୍ଜୁ ସାମ୍‌ସନ, ୫ବର୍ଷ ପୁରୁଣା ପ୍ରେମ ସଂପର୍କର କଲେ ଖୁଲାସା

ଥିରୁବନନ୍ତପୁରମ୍‌: କେରଳରେ ରହୁଥିବା ବ୍ୟାଟ୍‌ସ ମ୍ୟାନ୍‌ ସଞ୍ଜୁ ସାମ୍‌ସନଙ୍କ ନାମ ଭାରତର ସବୁଠାରୁ ଲୋକପ୍ରିୟ କ୍ରିକେଟ ଖେଳାଳିମାନଙ୍କ ମଧ୍ୟରୁ ଗୋଟେ । ଆଇପିଏଲ୍‌ ହେଉ ବା ଫାଷ୍ଟ କ୍ଲାସ କ୍ରିକେଟ ସଞ୍ଜୁ ନିଜ ବ୍ୟାଟିଙ୍ଗର ଯାଦୁ ଦେଖାଇବା ସହ ନିଜକୁ ପ୍ରମାଣିତ କରି ସାରିଛନ୍ତି । ସବୁବେଳେ ନିଜ ବ୍ୟାଟିଙ୍ଗ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ସଞ୍ଜୁ ଏବେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ କରିଥିବା ଫେସ୍‌ବୁକ୍‌ ପୋଷ୍ଟ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି ।

Onmanorama – Manorama Online

ନିଜ ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ସେ ନିଜ ୫ବର୍ଷର ଭଲ ପାଇବାକୁ ଜାହିର କରିଛନ୍ତି । ସଞ୍ଜୁ ତାଙ୍କ ପ୍ରେମିକାଙ୍କ ସହ ନିଜର ଫଟୋ ସେୟାର କରିବା ସହ କହିଛନ୍ତି, ଅଗଷ୍ଟ ୨୨, ୨୦୧୩ରେ ମୁଁ ଚାରୁକୁ ପ୍ରଥମ ଥର ପାଇଁ ହାଏ ଲେଖିଥିଲି । ଏହା ପରେ ୫ବର୍ଷ ହେଲାଣି ମୁଁ ତାଙ୍କ ସହ ଫଟୋ ପୋଷ୍ଟ କରିବା ପାଇଁ ଅପେକ୍ଷା କରି ରହିଥିଲି । ମୁଁ ଦୁନିଆକୁ କହିବାକୁ ଚାହୁଁଥିଲି କି ଏହି ସ୍ପେଶାଲ ଝିଅକୁ ମୁଁ ବହୁତ ଭଲ ପାଏ । ଆମେ ଦୁହେଁ ଅନେକ ସମୟ ସାଙ୍ଗରେ ବିତାଇଛୁ । କିନ୍ତୁ ସାର୍ବଜନୀନ ଭାବରେ କେବେ ଦେଖା ହୋଇ ନାହୁଁ । ଆଜି ଆମ ଦୁହିଁଙ୍କ ମାତା-ପିତା ଆମ ସଂପର୍କକୁ ସ୍ୱୀକୃତି ଦେଇଛନ୍ତି । ଚାରୁକୁ ପାଇ ମୁଁ ବହୁତ ଖୁସୀ । ଆପଣମାନଙ୍କୁ ଅନୁରୋଧ କି ଆପଣମାନେ ଆମ ଦୁଇ ଜଣଙ୍କୁ ହୃଦୟରୁ ଆଶୀର୍ବାଦ ଦିଅନ୍ତୁ ବୋଲି ନିଜ ପୋଷ୍ଟିଂରେ ଲେଖିଛନ୍ତି । ଅନ୍ୟ ପକ୍ଷରେ ଦୁଇ ଜଣ ଡ଼ିସେମ୍ବର ୨୨ରେ ବିବାହ କରିବାକୁ ଯାଉଛନ୍ତି ବୋଲି ଖୁଲାସା କରିଛନ୍ତି ଚାରୁଙ୍କ ବାପା ରମେଶ କୁମାର । ସୂଚନା ମୁତାବକ, ନଭେମ୍ବର୧୧, ୧୯୯୪ରେ ଜନ୍ମ ହୋଇଥିବା ସଞ୍ଜୁ ୨୦୧୩ରେ ଆଇପିଏଲ୍‌ ଦ୍ୱାରା କ୍ରିକେଟ ଜଗତରେ ପାଦ ରଖିଥିଲେ । ୨୦୧୮ରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ମଇଦାନକୁ ଓହ୍ଲାଇ ଥିଲେ ।

ସମ୍ବନ୍ଧିତ ଖବର