ସନ୍ତୋଷ ସ୍ମାରକୀ କ୍ରିକେଟ୍‌: ସେମିରେ ବମିଖାଲ, ଭି ଲାୟନ୍ସ

ଭୁବନେଶ୍ବର: ରସୁଲଗଡ଼ କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ୧୯ତମ ସନ୍ତୋଷ ସ୍କାରକୀ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭୁବନେଶ୍ବରର ବମିଖାଲ ଏବଂ କଟକର ଭି ଲାୟନ୍ସ ପ୍ରବେଶ କରିଛନ୍ତି। ଶନିବାର ବମିଖାଲ ୮ ୱିକେଟ୍‌ରେ ଫରେଷ୍ଟ୍‌ ଏକାଦଶକୁ ଏବଂ ଭି ଲାୟନ୍ସ ୩ ରନ୍‌ରେ ଆୟୂଷ ଏକାଦଶକୁ ହରାଇଥିଲା। ଫରେଷ୍ଟ୍‌ ଏକାଦଶ ନିର୍ଧ‌ାରିତ ୧୨ ଓଭରରେ ୭ ୱିକେଟ୍‌ ହରାଇ ୧୦୫ ରନ୍‌ କରିଥିଲା। ଅଜିତେଶ ମିଶ୍ର ୨୪ ରନ୍‌ କରିଥିଲା ବେଳେ ସର୍ବେଶ୍ବର ମଲ୍ଲିକ ୩ ୱିକେଟ୍‌ ନେଇଥିଲେ। ଜବାବରେ ବମିଖାଲ ୮.୨ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅର୍ଧଶତକ ହାସଲ କରିଥିବା କାଳିଆ ସ୍ବାଇଁ (୬୮, ୩୧ ବଲ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଭି ଲାୟନ୍ସ ୮ ୱିକେଟ୍‌ ବିନିମୟରେ ୧୫୦ ରନ୍‌ କରିଥିଲା। ଜବାବରେ ଆୟୂଷ ଏକାଦଶ ୮ ୱିକେଟ୍‌ ହରାଇ ୧୪୭ ରନ୍‌ କରିପାରିଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ସୁଦର୍ଶନ ରେଡ୍ଡୀ (୨୯ ରନ୍‌, ୩ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶ୍ରୀଧର ବଳିଆରସିଂହ ଓ କୈଳାଶ ରାଉଳ ମ୍ୟାଚ୍‌ ପରିଚାଳନା କରିଥିଲେ। ସରୋଜ ପ୍ରଧାନ ରେଫରି ଥିଲେ। ଗୀତାଞ୍ଜଳି ଆୱାର୍ଡ୍ସର ମୁଖ୍ୟ ବୁଦ୍ଧପ୍ରକାଶ ମହାପାତ୍ର ଅତିଥି ଥି‌ଲେ।

ସମ୍ବନ୍ଧିତ ଖବର