ସନ୍ତୋଷ ସ୍ମାରକୀ ଓପନ୍‌ ଚେସ୍‌: ସମ୍ବିତ ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ସନ୍ତୋଷ କୁମାର ସିହ୍ନା ସ୍ମାରକୀ ଅନ୍‌ଲାଇନ୍‌ ଓପନ୍‌ ‌ଚେସ୍‌ ପ୍ରତିଯୋଗିତାରେ ସମ୍ବିତ ପଣ୍ଡା ବିଜେତା ହୋଇଛନ୍ତି। ସେ ୮ ପଏଣ୍ଟ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ହର୍ଷିତ ରଂଜନ ସାହୁ (୭.୫ ପଏଣ୍ଟ୍‌) ଦ୍ବିତୀୟ ସ୍ଥାନରେ ରହି ଉପବିଜେତା ଟ୍ରଫି କରାୟତ୍ତ କରିଥିଲେ। ଆଦିତ୍ୟ ରଂଜନ ଦାସ, ବୈଭବ ମଜୁମଦାର (୭ ପଏଣ୍ଟ୍‌), ବିକାଶ କୁମାର ଲେଙ୍କା (୬.୫ ପଏଣ୍ଟ୍‌), ସୌମ୍ୟ ରଂଜନ ମିଶ୍ର, ରବୀନ୍ଦ୍ର କୁମାର ଓଝା, ସୁରଜିତ ନାୟକ (୬ ପଏଣ୍ଟ୍‌) ଏବଂ ଜିତେନ୍ଦ୍ର କୁମାର ସ୍ବାଇଁ (୫ ପଏଣ୍ଟ୍‌) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ମ୍ରିଗାଙ୍କ ‌ଶେଖର ଦାସ, ଅଞ୍ଜାନେୟା ସାହୁ, ସାଇ ଶ୍ରୀହାନ, ଦିବ୍ୟାଂଶୁ ମହାପାତ୍ର, ସିଦ୍ଧାର୍ଥ ମିଶ୍ର, ସ୍ଥିତପ୍ରଜ୍ଞା ସାହୁ, ଦକ୍ଷ ସକ୍ସେନା, ସତ୍ୟମ ସର୍ବଜିତ ମିଶ୍ର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପୁରସ୍କାର ଲାଭ କରିଥିଲେ। ବାଳିକା ବର୍ଗରେ ସାହାନା ଲେଙ୍କା ଓ ଅଦିତି ଉପାସନା ପଟ୍ଟନାୟକ ଏବଂ ମହିଳାରେ ସ୍ନେହାଞ୍ଜଳି ପ୍ରଧାନ ପୁରସ୍କାର ପାଇଥିଲେ।

ଅତିଥି ଭାବେ ଟିସିଏସ୍‌ କୋଲ୍‌କାତାର ବରିଷ୍ଠ ପ୍ରକଳ୍ପ ପ୍ରବନ୍ଧକ ପାର୍ଥ ଅଡକ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହରପ୍ରିୟା ମହାନ୍ତି, ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ସମ୍ପାଦକ ସ୍ମୃତି ରଂଜନ ଦାସ, ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଏବଂ ଡେପୁଟି ଆର୍ବିଟର ଦୀପକ କୁମାର ପଲାଇ ପ୍ରମୁଖ ଗୁଗୁଲ ମିଟ୍‌ ଜରିଆରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର