ଆର୍‌ସିସି ଓ ଭୋଡାଫୋନ୍‌ ଓ୍ଵାରିୟର୍ସ ବିଜୟୀ; ସନ୍ତୋଷ ସ୍ମାରକୀ କ୍ରିକେଟ୍‌

ଭୁବନେଶ୍ୱର: ରସୁଲଗଡ଼ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଜିଜିପି କଲୋନୀରେ ଚାଲିଥିବା ୧୮ତମ ସନ୍ତୋଷ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ତୃତୀୟ ଦିବସରେ ଦୁଇ ଭୁବନେଶ୍ୱର ଦଳ ଆର୍‌ସିସି ଏବଂ ଭୋଡଫୋନ୍‌ ଓ୍ଵାରିୟର୍ସ ବିଜୟୀ ହୋଇଛନ୍ତି। ଆର୍‌ସିସି ୫ ଓ୍ଵିକେଟ୍‌ରେ ଲକ୍ଷ୍ମୀସାଗରକୁ ପରାସ୍ତ କରିଥିଲା। ଅମୁ ସାହୁଙ୍କ ୪୭ ରନ୍‌ (୨୦ ବଲ୍‌) ସହାୟତାରେ ଲକ୍ଷ୍ମୀସାଗର ୧୦୨ ରନ୍‌ କରିଥିଲା। ଆର୍‌ସିସି ପକ୍ଷରୁ ସନ୍ଦୀପ ଜେନା ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଆର୍‌ସିସି ୯ ଓଭରରେ ୫ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ହାପନ କୁମାର ୪୩ ରନ୍‌ (୨୬ ବଲ୍‌) କରିଥିଲା ବେଳେ ଶିବ ବେହେରା ୩ ଓ୍ଵିକେଟ୍‌ ନେଇଥିଲେ। ସନ୍ଦୀପ ଜେନା ମ୍ୟଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ ଭୋଡାଫୋନ୍‌ ୬ ଓ୍ଵିକେଟ୍‌ରେ କଟକର ହଟ୍‌ଷ୍ଟାର୍‌କୁ ପରାସ୍ତ କରିଥିଲା। ରଶ୍ମୀ ରଂଜନଙ୍କ ୩୨ ରନ୍‌ ବଳରେ ହଟ୍‌ ଷ୍ଟାର୍‌ ୧୦୫ ରନ୍‌ କରିଥିଲା। ପଙ୍କଜ ଦାସ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭୋଡାଫୋନ୍‌ ଶୁଭେନ୍ଦୁ ଦାସ (୫୬ ରନ୍‌, ୩୧ ବଲ୍‌)ଙ୍କ ଅର୍ଧଶତକ ସହାୟତାରେ ୯.୫ ଓଭରରେ ମ୍ୟାଚ୍‌ କରାୟତ କରିଥିଲା। ଶିବୁ ଦାସ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବୁନା ଦାସ (୨୦ ରନ୍‌, ୨ ଓ୍ଵିିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପ୍ରଦୀପ କୁମାର ବାରିସଲ, ପ୍ରକାଶ କୁମାର ରାଉତରାୟ, ମହେନ୍ଦ୍ର କୁମାର ତ୍ରିପାଠୀ, ସଂଜୟ କୁମାର ବଳିୟାରସିଂହ ଅତିଥି ଥିଲେ। ଶ୍ରୀଧର ବଳିଆରସିଂହ, ମୁନା ରାଉଳ, ରଜତ ଜଗଦେବ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର